fbpx
BJD SKY
BJD SKY

କୋଭିଡ଼ କେୟାର ହୋମ ପାଇଁ ନୂଆ ନିଯୁକ୍ତି

BJD

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସବୁ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ଼ କେୟାର ହୋମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବା ନେଇ ସୂଚନା ମିଳିଛି । ଆସନ୍ତା ୩ମାସ ପାଇଁ ଏହି ନିଯୁକ୍ତି ମିଳିବ । ନୂଆ ନିଯୁକ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ପଞ୍ଚାୟତରେ ଥିବା କୋଭିଡ଼ କେୟାର ପାଇଁ ନିଯୁକ୍ତି ଦିଆଯିବ । ୬ହଜାର ୭୯୮ ପଞ୍ଚାୟତ ପାଇଁ ୭୦୦୦ ନୂଆ ନିଯୁକ୍ତି ଦିଆଯିବ । ପ୍ରତି କୋଭିଡ଼ କେୟାର ଦାୟିତ୍ୱରେ ଜଣେ ଲେଖାଏଁ ଏଏନଏମ ରହିବେ । ଏଏନଏମ ନଥିଳେ ଷ୍ଟାଫ୍ ନର୍ସ କିମ୍ବା ଫାର୍ମାସିଷ୍ଟକୁ ନିଯୁକ୍ତି ଦିଆଯିବ । ଅସ୍ଥାୟୀ ନିଯୁକ୍ତି, ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.