fbpx

ମାଡ଼ି ଆସୁଛି କରୋନାର ନୂଆ ଭାରିଆଣ୍ଟ ‘ଲାମ୍ବଡା’, ୨୯ଟି ଦେଶରେ କାୟା ମେଲାଇଥିବା ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଏହି ସମୟରେ ପୁଣି କରୋନାର ଏକ ନୂଆ ଭାରିଆଣ୍ଟ ସାମନାକୁ ଆସିଛି । ଏହି ଭାରିଆଣ୍ଟ ବିଶ୍ୱର ୨୯ଟି ଦେଶରେ କାୟା ମେଲାଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ଦିଆଯାଇଛି ।

‘ଲାମ୍ବଡା’ ନାମକ ଏହି ନୂଆ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆମେରିକାର ପେରୁରେ ଦେଖାଦେଇଥିଲା । ଚଳିତ ବର୍ଷ ଏପ୍ରିଲ ମାସଠାରୁ ପେରୁରେ ଲମ୍ବଡାର ପ୍ରଭାବରେ ୮୧ ପ୍ରତିଶତ କୋଭିଡ୍ ସଂକ୍ରମଣ ମାମଲା ଆସିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଚିଲିରେ ଦୁଇ ମାସ ମଧ୍ୟରେ ୩୨ ପ୍ରତିଶତ ଲୋକ ସଂକ୍ରମିତ ହେବା ସହ ଆର୍ଜେଣ୍ଟିନା ଓ ଇକ୍ୱେଡରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଏହି ଭାରିଆଣ୍ଟର ମୂଳ ଉତ୍ପତ୍ତି, ଲକ୍ଷଣ ଆଦି ବିଷୟରେ ଜାଣିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଜେନେଭାଠାରେ ଅବସ୍ଥିତ ‘ହୁ’ର ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ଭାରିଆଣ୍ଟ ବିଷୟରେ ବିଶ୍ୱର ଅନେକ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏହା ମାନବ ସମାଜ ପାଇଁ କ୍ଷତିକାରକ ବୋଲି ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.