fbpx

ଆମେରିକାରେ ଉଦଘାଟିତ ହେଲା ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର ଉଦଘାଟିତ ହୋଇଛି ଆମେରିକାରେ । ଆମେରିକାର ମିନ୍ନେସୋଟା ସ୍ଥିତ ମାପେଲ ଗ୍ରୋଭ ସହରର ହିନ୍ଦୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର । ଏହି ମନ୍ଦିରକୁ ଆମେରିକାର ସିନେଟର ଆମି କ୍ଲୋବୁଚାର ଏବଂ ମେୟର ମାର୍କ ଷ୍ଟେଫେନ୍ସନ୍ ଉଦଘାଟନ କରିଥିଲେ । ମିନ୍ନେସୋଟା ରାଜ୍ୟପାଳ ଟିମ୍ ୱାଲଜ୍ ଏହି ହିନ୍ଦୁ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ୫୦୦ରୁ ଅଧିକ ସଂପ୍ରଦାୟର ଲୋକ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏଣିକି ପୁରୀ ପରେ ମିନ୍ନେସୋଟା ମନ୍ଦିର ସମଗ୍ର ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିରର ମାନ୍ୟତା ଲାଭ କରିଛି ।
୪୩୦୦୦ ବର୍ଗଫୁଟ ଲମ୍ବ ଓ ୮୦ ଏକର ପରିମିତ ଜମିରେ ୨୦୦୬ ମସିହାରେ ଏହି ହିନ୍ଦୁ ମନ୍ଦିର ମିନ୍ନେସୋଟା ସ୍ଥିତ ମାପଲ୍ ଗ୍ରୋଭ ସହରରେ ନିର୍ମିତ ହୋଇଥିଲା । ହିନ୍ଦୁ ସୋସାଇଟି ଅଫ୍ ମିନ୍ନେସୋଟା ଦ୍ୱାରା ପ୍ରତିଷ୍ଠିତ ତଥା ପରିଚାଳିତ ଏହି ମନ୍ଦିର ଯୁକ୍ତରାଷ୍ଟ୍ର ଆମେରିକାରର ସର୍ବବୃହତ ହିନ୍ଦୁ ମନ୍ଦିରର ମାନ୍ୟତା ଲାଭ କରିଛି । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଭଗବାନ ସୁଦର୍ଶନ ପୂଜା ପାଇବା ସହ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ତିନି ଦିନ ଧରି ‘ଭାରତ ଦର୍ଶନ’ ଶୀର୍ଷକ ନାମରେ ଏକ ଖାଦ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.