fbpx

ଅନଲାଇନ୍ Fraudର ନୂଆ ଉପାୟ, ବିନା OTP ଏବଂ ଫୋନ୍ କଲରେ ଖାଲି ହୋଇଯାଉଛି ବ୍ୟାଙ୍କ୍ ଆକାଉଣ୍ଟ, ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ୍ ଫ୍ରଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ହ୍ୟାକର୍ସମାନେ ମଧ୍ୟ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏହା ଉଭୟ ପୋଲିସ ଏବଂ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିକଟରେ ଅନଲାଇନ୍ ଠକେଇ ବା ସ୍କାମର ଏକ ନୂଆ ଉପାୟ ସାମ୍ନାକୁ ଆସିଛି । ଯେଉଁଥିରେ ଚୁଟକିରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି ।

ସାଇବର ଅପରାଧିଙ୍କ ଚାଲାକି ଦେଖି ପୋଲିସ ବି ବାଟବଣା ହୋଇଯାଉଛି । ସ୍କାମର ନୂତନ ଉପାୟରେ ହ୍ୟାକର୍ସମାନେ କାହାକୁ କଲ କରନ୍ତି ନାହିଁ, OTP ମାଗନ୍ତି ନାହିଁ କିମ୍ବା କାହାକୁ ଜାଲ୍ ଲିଙ୍କ୍ ପଠାନ୍ତି ନାହିଁ । ସେମାନେ ୟୁଜର୍ସଙ୍କ ଡିଟେଲ ଚୋରି କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଥାନ୍ତି । ନିଜ ପ୍ଲାନକୁ ସଫଳ କରିବା ପାଇଁ ସାଇବର ଅପରାଧୀମାନେ AePS ସେବା ବ୍ୟବହାର କରିଥାନ୍ତି । ସରକାର ବ୍ୟାଙ୍କର ଠଙ୍କା ଉଠାଣ ପାଇଁ ଲୋକଙ୍କ ସୁବିଧା ପାଇଁ ଏହି ସେବା ଲାଗୁ କରିଥିଲେ ।

AePS କ’ଣ ?

AePS ଅର୍ଥାତ Aadhaar Card Enabled payment System ହେଉଛି ଏଭଳି ଏକ ସେ ଯଦ୍ୱାରା ଆଧାର କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ଉଠାଣ କରାଯାଇପାରିବ । ଯେଉଁ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ଼ ସହ ଲିଙ୍କ୍ ହେବା ସହ AePS ଇନେବଲ୍ ହୋଇଥିବ ତେବେ ବିନା କୌଣସି ଚେକ୍ ବୁକ୍‌, ଏଟିଏମ୍ କାର୍ଡ଼ ଆଦି ଦ୍ୱାରା ଟଙ୍କା ଉଠାଣ କରିପାରିବେ । ତେବେ ଏହି ସୁବିଧା ପାଇଁ ଆରବିଆଇ ପକ୍ଷରୁ ଏକ ଲିମିଟ୍ ରହିଛି ।
ଏଭଳି ସାଇବର ଠକେଇ ଠାରୁ ଦୂରେଇ ରହିବା ପାଇଁ ୟୁଜର୍ସଙ୍କୁ ନିଜ ଆଧାର କାର୍ଡ଼କୁ ସୁରକ୍ଷିତ କରିବାକୁ ପଡ଼ିବ । ଏହା ବ୍ୟତୀତ ନିଜ ଆଧାର କାର୍ଡ଼ କାହା ସହ ଶେୟାର କରିବା ଉଚିତ ନୁହେଁ । ଜରୁରୀ ପରିସ୍ଥିତି ପାଇଁ ସେମାନେ ମାସ୍କ୍‌ଡ ଆଧାର କାର୍ଡ଼ ବ୍ୟବହାର କରିପାରିବେ । କିମ୍ବା ଆଧାର କାର୍ଡ଼ ନମ୍ବର ପରିବର୍ତ୍ତେ ଭର୍ଚୁଆଲ ଆଇଡି(VID) ଶେୟାର କରିପାରିବେ । ଏଥିପାଇଁ

– ୟୁଜର୍ସଙ୍କୁ ପ୍ରଥମେ UIDAI ୱେବସାଇଟର ହୋମ୍ ପେଜକୁ ଯିବାକୁ ପଡ଼ିବ

– ସେଠାରେ ମାସ୍କ୍‌ଡ ଆଧାର ଏବଂ VID ଜେନେରେଟ୍ କରିବାର ବିକଳ୍ପ ଉପଲବ୍ଧ ରହିବ

– ଏହା ପରେ ଆଧାର କାର୍ଡ଼ ଏବଂ ମୋବାଇଲ ନମ୍ବର ଦେଇ ନିଜ ଆଧାରକୁ ସୁରକ୍ଷିତ କରିପାରିବେ

Get real time updates directly on you device, subscribe now.