fbpx

online fraud ର ନୂଆ ଉପାୟ ; ଫୋନ୍ ରେ ସୀମିତ ନାହିଁ , ଘର ଦୂଆର ମୁହଁରେ ଅନଲାଇନ୍ ଠକ

ନୂଆଦିଲ୍ଲୀ : ସାଇବର ଠକେଇ କେବଳ ଆପଣଙ୍କ ଫୋନରେ ସୀମିତ ନାହିଁ । ବରଂ ଏହା ଆପଣଙ୍କ ଘରର ଦୁଆର ମୁହଁରେ ପହଞ୍ଚି ସାରିଛି । ଟିକିଏ ଅସାବଧାନତା ହେତୁ ବଡ କ୍ଷତି ସହିବାକୁ ହେବାକୁ ପଡିପାରେ । ଠକମାନେ ମଧ୍ୟ ଠକିବାର ଏପରି ପଦ୍ଧତି ପାଇଛନ୍ତି ଯାହାକୁ ବିଶ୍ୱାସ କରିବା କଷ୍ଟକର । ୱାର୍କ ଫର୍ମ ହୋମ୍ , ଅନଲାଇନ୍ ସପିଂ ରେ ଓ ୟୁଟ୍ୟୁବ୍ ରେ ଅନଲାଇନ୍ ଠକ ବୁଲୁଛନ୍ତି ।

୧. ୱାର୍କ ଫର୍ମ ହୋମ୍ : କରୋନା ସମୟରେ ୱାର୍କ ଫର୍ମ ହୋମ୍ ଲୋକପ୍ରିୟ ହୋଇପାରିଥିଲା । ସେହି ଧାରା ଏବେ ବି କିଛି ଲୋକଙ୍କ ମଧ୍ୟରେ ରହିଛି । ଅନେକ ଲୋକ ଆଉ ଅଫିସରେ କାମ କରିବାକୁ ଚାହାଁନ୍ତି ନାହିଁ ଏବଂ ସେମାନେ ଚାକିରି ଖୋଜନ୍ତି ଯାହା ଘରୁ କରାଯାଇପାରିବ । ଅନଲାଇନ୍ ଠକ ଏଭଳି ଲୋକଙ୍କୁ ଟାର୍ଗେଟ କରନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଏସଏମଏସ ମାଧ୍ୟମରେ ଘରୁ କାମର ଅଫର ପଠାନ୍ତି ଏବଂ ତା’ପରେ ଲୁଟନ୍ତି ।

୨. ୟୁଟ୍ୟୁବ୍: ଟେଲିଗ୍ରାମ ଆପରେ ୟୁଟ୍ୟୁବ୍ ଭିଡିଓ ଦେଖିବା ଏବଂ ଲାଇକ କରିବାକୁ କହି ଲୋକଙ୍କୁ ପ୍ରତାରଣା କରୁଛନ୍ତି । ଭିଡିଓକୁ ଲାଇକ କରିବା ପରେ ପ୍ରଥମେ ପ୍ରଥମେ ଟଙ୍କା ପଠାନ୍ତି କିନ୍ତୁ ପରେ ଆକାଉଣ୍ଟ ଖାଂଲି କରି ଦିଅନ୍ତି ।

୩. ସର୍ଚ୍ଚ ଇଞ୍ଜିନ୍: ଅନେକ ଲୋକ ସେମାନଙ୍କର ବ୍ୟାଙ୍କ, ବୀମା କମ୍ପାନୀ ଏବଂ ବ୍ୟବସାୟୀଙ୍କ ସମ୍ପର୍କ ବିବରଣୀ ପାଇବାକୁ ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର କରନ୍ତି । ଏହା ସାଧାରଣତଃ ବହୁତ ଭଲ କାମ କରେ । କିନ୍ତୁ ଠକମାନେ ଏହି ସୁଯୋଗର ଅପେକ୍ଷାରେ ଥାଆନ୍ତି ଏବଂ ଆପଣଙ୍କ ଅଫିସିୟାଲ ଡକ୍ୟୁମେଣ୍ଟକୁ ଚୋରି କରନ୍ତି ।

୪. ପାର୍ସଲ୍ ବାତିଲ୍ : ଅନଲାଇନ୍ ସପିଂ ଅତି ଦ୍ରୁତ ଗତିରେ ବଢୁଛି । ଯାହା ଠକମାନଙ୍କ ଭଲ କୌଶଳ ହୋଇଛି । ପାର୍ସଲ ରିଟର୍ଣ୍ଣ କରିବା ପରିବା ପରେ ସେମାନେ ଆପଣଙ୍କ ମୋବାଇଲକୁ ଏକ ଓଟିପି ପଠାଇବେ, ସେହି ଓଟିପି ଦେଲା ପରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ ।

Get real time updates directly on you device, subscribe now.