fbpx

ଟି-୨୦ ବିଶ୍ୱକପ: ଆୟରଲାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନଲରେ ସେମିଫାଇନାଲରେ ପହଂଚିଛି। ସୁପର ୧୨ ମ୍ୟାଚରେ ନ୍ୟୁଜିଲାଣ୍ଡ ଆୟରଲାଣ୍ଡକୁ ୩୫ ରନରେ ହରାଇ ଏହି ସଫଳତା ପାଇଛି। ଆୟରଲ୍ୟାଣ୍ଡକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ୭ ପଏଣ୍ଟ ସହ ଗ୍ରୁପ-୧ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଆୟରଲ୍ୟାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୫୦ ରନ ସଂଗ୍ରହ କରିପାରିଥିଲେ।

ତେବେ ଆୟରଲ୍ୟାଣ୍ଡ ଓପନର ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। କିନ୍ତୁ ମଧ୍ୟ୍ୟକ୍ରମରେ ଦୁର୍ବଳ ବ୍ୟାଟିଂ ଟିମ ପାଇଁ ପରାଜୟ ଆଣି ଦେଇଛି। ଟିମ ୬ ଓଭରରେ ବିନା ୱିକେଟରେ ୩୯ ରନ କରିଥିଲା। ମିଚେଲ ସାଂଟନାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବଲବର୍ନୀଙ୍କ ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଆଣିଦେଇଥିଲେ। ବଲବର୍ନୀ ୨୫ ବଲରେ ୩୦ରନ କରି କ୍ଲିନ ବୋଲ୍ଡ ହୋଇଯାଇଥିଲେ। ପ୍ରଥମ ୱିକେଟ ଯିବା ପରେ ଆୟରଲ୍ୟାଣ୍ଡର ଲଗାତାର ୱିକେଟ ଖସିବାକୁ ଲାଗିଥିଲା। ଆୟରଲ୍ୟାଣ୍ଡ ପାଇଁ ପଲ ସ୍ଟିର୍ଲିଙ୍ଗ ସର୍ବାଧିକ ୩୭ରନ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ଦଳ ପକ୍ଷରୁ ଫିନ ଆଲେନ ୩୨ ଓ ଡେଭେନ କନୱେ ୨୮ ରନ କରି ଏକ ଦମଦାର ଆରମ୍ଭ କରିଥିଲେ। ଏହାପରେ ଅଧିନାୟକ କେନ ଉଇଲିମସନ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୩୫ ବଲରେ ୬୧ରନର ଦମଦାର ପାଳି ଖେଳିଥିଲେ। ମଧ୍ୟ ଭାଗରେ ମାଇକେଲ ୨୧ ବଲରେ ୩୧ ରନ କରିଥିଲେ। ଯାହା ବଳରେ ୨୦ ଓଭରରେ ନ୍ୟୁଜିଲାଣ୍ଡ ଆୟାରଲ୍ୟାଣ୍ଡ ଆଗରେ ୧୮୬ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲେ। ହେଲେ ନିର୍ଦ୍ଧାରିତ ଓଭରରେ ଆୟରଲ୍ୟାଣ୍ଡ ଦଳ ୯ ୱିକେଟ ହରାଇ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏବଂ ୩୫ରନରେ ଦଳ ପରାସ୍ତ ହୋଇଛି। ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ସର୍ବାଧିକ ୩ ୱିକେଟ ନେଇଛନ୍ତି।

Get real time updates directly on you device, subscribe now.