fbpx
BJD SKY
BJD SKY

WC-2023 ସେମି-ଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ: ଖାଲି ହାତରେ ଫେରିବ ପାକିସ୍ତାନ

BJD

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପଏଣ୍ଟ ଟେବୁଲ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ଖାଲି ହାତରେ ପେରିବା ପାଇଁ ବାଧ୍ୟ ହୋଇଛି ପାକିସ୍ତାନ । ପଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଅନୁସାରେ ପାକିସ୍ତାନ ଖୁବ ପଛରେ ପଡ଼ିଯିବା ପରେ ନ୍ୟୁଜିଲାଣ୍ଡ ସେମି ପାଇନାଲ ପାଇଁ ଉନ୍ନୀତ ହୋଇଛି । ଏଥିସହ ସେମି ଫାଇନାଲ ପାଇଁ ୪ଟି ଦଳ ମଧ୍ୟ ସିଲେକ୍ସନ ହୋଇସାରିଛି । ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଦଳ ଭାବରେ ନ୍ୟୁଜିଲାଣ୍ଡ ସେମି ଫାଇନାଲର ଟିକେଟ ହାସଲ କରିଛି । ଲଗାତାର ପଞ୍ଚମ ଥର ପାଇଁ ବିଶ୍ୱକପ ସେମି ଫାଇନାଳରେ ଏଣ୍ଟ୍ରି କରିଛି ନ୍ୟୁଜିଲାଣ୍ଡ ।

ପଏଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଅନୁସାରେ ଟାର୍ଗେଟ ହାସଲ କରିବା ପାଇଁ ଫେଲ ମାରିଛି ବାବର ସେନା । ଯାହାର ଫାଇଦା ପାଇଛି ନ୍ୟୁଜିଲାଣ୍ଡ ଦଳ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରନ୍ ରେଟ୍ ସୁଧାରି ଦେଇଥିବାରୁ ଆଜି ସେମି ଫାଇନାଲ ରାସ୍ତାରେ ବାଧା ସୃଷ୍ଟି କରିପାରି ନାହିଁ ପାକିସ୍ତାନ କିମ୍ବା ଆଫଗାନିସ୍ତାନ । ତେବେ ଚତୁର୍ଥ ଦଳ ଭାବରେ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଅର୍ଥାତ୍ ନଭେମ୍ବର ୧୫ ତାରିଖରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମୁକାବିଲା ଖେଳାଯିବ । ସେହିପରି ନଭେମ୍ବର ୧୬ ତାରିଖ ଦିନ ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ।

ଚଳିତବର୍ଷ ପଞ୍ଚମ ଥର ପାଇଁ ବିଶ୍ୱକପ ସେମିରେ ପ୍ରବେଶ କରିବାରେ ସଫଳତା ପାଇଛି ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପରେ ଭାରତକୁ ହରାଇ ସେମି ଫାଇନାଲରେ ମାତ୍ ଦେଇ ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ ନ୍ୟୁଜିଲାଣ୍ଡ ଫାଇନାଲରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା । ତେବେ ଚଳିତବର୍ଷ ମଧ୍ୟ ଭାରତ ବିପକ୍ଷରେ ସେମି ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍ ।

Get real time updates directly on you device, subscribe now.