fbpx

ଏହା ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ପକ୍ଷୀ…ନାମ ଜାଣିବା ସହ ଜାଣନ୍ତୁ କିଛି ଅଜଣା କଥା

ଓଡିଶା ଭାସ୍କର; ସାଧାରଣତଃ ପକ୍ଷୀ କଥା ଆସିଲେ ଆମ ମନରେ ସେମାନଙ୍କ ପାଇଁ ବହୁତ ଭଲ ପାଇବା ଆସିଯାଇଥାଏ । ସେହିପରି ଅନେକ ଜଣ ପକ୍ଷୀ ପ୍ରେମୀ ଅଛନ୍ତି ଯେଉଁମାନେ ପକ୍ଷୀ ପାଳନ କରିବାକୁ ଭାରି ଆଗ୍ରହୀ ହୋଇଥାନ୍ତି । ତେବେ ଏଭଳି କିଛି ପକ୍ଷୀ ରହିଛନ୍ତି ଯାହା ଅତ୍ୟନ୍ତ ଭୟଙ୍କର, ଏମାନଙ୍କୁ ପାଳିବା ତ ଦୂରର କଥା ଏମାନଙ୍କୁ ଦେଖିବା ମାତ୍ରେ ହିଁ ଆପଣଙ୍କର ହୋସ ଉଡିଯିବ । ବିପଜ୍ଜନକ ଭିତରେ ଏମାନଙ୍କୁ ବିଶ୍ୱର ସବୁଠାରୁ ବିପଜ୍ଜନକ ପକ୍ଷୀର କୁଖ୍ୟାତ ଆଖ୍ୟା ଦିଆଯାଇଛି । ଏହି ଭୟଙ୍କର ପକ୍ଷୀର ନାମ ଆପଣ ଆଗରୁ କେବେ ଶୁଣିଛନ୍ତି କି?

ତେବେ କ୍ୟାସୋୱାରି ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ପକ୍ଷୀ । ଏହା ବାସ୍ତବରେ ଏତେ ଭୟଙ୍କର ଯେ, ଯାହାକୁ ପରିକଳ୍ପନା କରିବା ସମ୍ଭବପର ନୁହେଁ । ଏହି ବିଶାଳକାୟ କ୍ୟାସୋୱାରି ଛିଡା ହୋଇଥିବା ଅବସ୍ଥାରେ ଏହାର ଉଚ୍ଚତା 6 ଫୁଟ ଥିବା ବେଳେ ଏହାର ଓଜନ ପ୍ରାୟ 160 ପାଉଣ୍ଡ ରହିଥାଏ । ଏହି କ୍ୟାସୋୱାରି ପକ୍ଷୀ ଅନ୍ୟ ପକ୍ଷୀଙ୍କ ପରି ଉଡ଼ିପଡ଼ିନଥାନ୍ତି କିନ୍ତୁ ଏହା ଦୌଡିବାରେ ଏକଦମ ମାହିର । ଏହି ପକ୍ଷୀର ଗୋଡ଼ ଗୁଡିକ ତାଙ୍କୁ ଦ୍ରୁତ ଗତିରେ ଦୌଡିବାରେ ସହାୟତା କରିଥାଏ । ସେହିପରି ଏହା ପହଁରିବାରେ ମଧ୍ୟ ଖୁବ ଆଗରେ, ଜଳ ହେଉ ବା ସ୍ଥଳ ହେଉ ଏହା ଉଭୟ ସ୍ଥାନରେ ଅତି ଦ୍ରୁତ ବେଗରେ ଗତି କରିପାରେ । ଏମାନେ ଅଣ୍ଡା ଦେଇ ସେମାନଙ୍କ ବଂଶ ବିସ୍ତାର କରିଥାନ୍ତି କିନ୍ତୁ ଏବେ ଏମାନେ ପ୍ରାୟ ବିଲୁପ୍ତ ଅବସ୍ଥାରେ ରହିଛନ୍ତି ।

ସୂଚନା ଅନୁଯାୟୀ, ଏମାନଙ୍କ ମୂଳ ହେଉଛି ନିୟୁ ଜିୟୁନିଆ ଏବଂ ଉତ୍ତର ଅଷ୍ଟ୍ରେଲିଆର ଜଙ୍ଗଲରେ ଏମାନେ ରହିଥାନ୍ତି । ଯଦିଓ ଏମାନେ ଅତ୍ୟଧିକ ଆକ୍ରମଣାତ୍ମକ ନୁହଁନ୍ତି ଓ ଏମାନଙ୍କ ଆକ୍ରମଣ ବିରଳ ଅଟେ । କିନ୍ତୁ ଯଦି ସେମାନେ ଉତ୍ତେଜିତ କିମ୍ବା କ୍ରୋଧିତ ହୁଅନ୍ତି ତେବେ ସେମାନେ ଅନେକ କ୍ଷତି କରିପାରିବେ । ଏହା ବନ୍ଦୀ ଅବସ୍ଥାରେ ଆକ୍ରମଣାତ୍ମକ ହୋଇପାରେ । 2019ରେ, ଏକ ବନ୍ଦୀ କ୍ୟାସୱାରି ”କିକ୍ ଫ୍ଲୋରିଡା” ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ​​। ସେହିପରି 1926 ମସିହାରେ, ଜଣେ ଅଷ୍ଟ୍ରେଲୀୟ ଯୁବକ ଏକ କ୍ୟାସୱାରୀ ଦ୍ୱାରା ଆକ୍ରମଣ ହୋଇଥିବା ବେଳେ ବେକରେ ବାଡେଇ ଯୁବକର ଗଳାକୁ ଚିପି ଦେଇଥିଲା ​​। ଏମାନେ ଶିକାର କରିବା ସମୟରେ ସେମାନଙ୍କ ମନରେ ଆଦୌ ଦୟାମୟା ନଥାଏ ବୋଲି କୁହାଯାଏ ​​।

Get real time updates directly on you device, subscribe now.