fbpx
BJD SKY
BJD SKY

ଏହି ୫ ଖେଳାଳିଙ୍କ ପାଇଁ ବିଶ୍ୱକପ ସେମିରୁ ବାଦ୍ ପଡ଼ିଲା ପାକିସ୍ତାନ! ବାବରଙ୍କୁ ଠକିଦେଲେ ନିଜ ସାଥୀ କ୍ରିକେଟର

BJD

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ଟ୍ରଫି ଜିତିବା ଆଶାରେ ଭାରତକୁ ଆସିଥିବା ପାକିସ୍ତାନ ସେମି-ଫାଇନାଲରେ ପ୍ରବେଶ କରିବା ପାଇଁ ମଧ୍ୟ ଫେଲ ମାରିଛି । ଫଳରେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହି ବିଶ୍ୱକପ-୨୦୨୩ ଯାତ୍ରା ଶେଷ କରିଛି ବାବର ସେନା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ କିଛି ଖେଳାଳିଙ୍କୁ ଦାୟୀ କରାଯାଇଛି । ୫ ଜଣ ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇ ପାରିନାହିଁ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା । ଯାହାକୁ ନେଇ ଦଳର ସଦସ୍ୟମାନଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନେଟ୍ ରନ୍ ରେଟ୍ ପାଇଁ ବର୍ତ୍ତମାନ ପାକିସ୍ତାନକୁ ପଛରେ ପକାଇ ସେମି ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ତେବେ ପାକିସ୍ତାନ ସମ୍ପୂର୍ଣ୍ଣ ବିଶ୍ୱକପରେ ଦୁର୍ବଳ ପ୍ରଦର୍ଶନ କରି ଏବେ ସେମିରୁ ବାଦ୍ ପଡ଼ିଛି । ଖରାପ ପ୍ରଦର୍ଶନ ପାଇଁ ପାକିସ୍ତାନର ସେମି ଫାଇନାଲ ଆଶା ମଉଳି ଯାଇଛି । ତେବେ ଏହାର ଏକମାତ୍ର କାରଣ ହେଉଛି ଦଳର ସମସ୍ତ ଖେଳାଳିଙ୍କ ଦୁର୍ବଳ ପ୍ରଦର୍ଶନ । ତେଣୁ ପୂର୍ବତନ ପିସିବି ଅଧ୍ୟକ୍ଷ ପାକିସ୍ତାନର ଏହି ଟିମ୍ କୁ ନେଇ କହିଛନ୍ତି ଯେ, ପାକିସ୍ତାନ ସେମିରୁ ବାଦ୍ ପଡ଼ିବା ପାଇଁ ଅଧିନାୟକ ବାବର ଆଜମ ଦାୟୀ ନୁହନ୍ତି । କେବଳ ଦଳର ୫-୬ ଜଣ ମ୍ୟାଚ ୱିନର ଖେଳାଳିଙ୍କ ପାଇଁ ଆଜି ପାକିସ୍ତାନ ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଖେଳାଳିମାନେ ଆଉଟ୍ ଅଫ୍ ଫର୍ମରେ ରହିଥିବାରୁ ଦଳ ବାଦ୍ ପଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି ।

ବାବରଙ୍କୁ ସମର୍ଥନ କରି ରମିଜ କହିଛନ୍ତି ଯେ, ଯଦି କୌଣସି ଖେଳାଳି ଆଉଟ୍ ଅଫ୍ ଫର୍ମ ରୁହନ୍ତି, ତେବେ ଏହି ପରିସ୍ଥିତିରେ ଅଧିନାୟକ କିଛି କରିପାରିବେ ନାହିଁ । ଷ୍ଟାର ଖେଳାଳିମାନଙ୍କ ପାଇଁ ଖରାପ ଫର୍ମ ବାବରଙ୍କ ସମସ୍ୟା ବୃଦ୍ଧି କରିଥିବା ବେଳେ ଦଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବୋଲରମାନେ ଅଧିକାଂଶ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିବାରେ ଅସମର୍ଥ ହୋଇଥିଲେ । ଯେଉଁଥିପାଇଁ ଅନ୍ୟ ଦଳ ମାନଙ୍କ ବିପକ୍ଷରେ ଦୁର୍ବଳ ପଡ଼ିଥିଲା ପାକିସ୍ତାନ । ପରିଣାମ ସ୍ୱରୂପ ଆଜି ବିଶ୍ୱକପ-୨୦୨୩ର ସେମି ଫାଇନାଲରୁ ବାଦ୍ ପଡ଼ିବା ପରେ କାଲି ହାତରେ ନିଜ ଦେଶକୁ ଫେରିବ ବାବର ସେନା ।

ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାର ଟପ୍-୧୦ରେ କୌଣସି ପାକିସ୍ତାନୀ କ୍ରିକେଟରଙ୍କ ନାମ ନାହିଁ। ମହମ୍ମଦ ରିଜୱାନ ପାକିସ୍ତାନର ସର୍ବୋଚ୍ଚ ସ୍କୋରର, ଯିଏ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ୩୫୯ ରନ ସ୍କୋର କରିଥିଲେ। ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରିଜୱାନ୍ ୧୩ ନମ୍ବରରେ ରହିଥିଲେ। ବୋଲରଙ୍କ ମଧ୍ୟରେ ଶାହିନ୍ ଆଫ୍ରିଦି ୧୬ ୱିକେଟ୍ ନେଇଥିବା ବେଳେ ହରିସ୍ ରାଉଫ୍ ୧୩ ୱିକେଟ୍ ହାସଲ କରିଛନ୍ତି। କିନ୍ତୁ ଉଭୟେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରୁ ବାହାରେ ଅଛନ୍ତି।

Get real time updates directly on you device, subscribe now.