fbpx

ଓମିକ୍ରନ୍ ସଂକ୍ରମଣ ପାଇଁ ଅଟକିଲା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡାଙ୍କ ବିବାହ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ ମାମଲା ଦୃତ ଗତିରେ ବଢୁଛି । ଏହାକୁ ନେଇ ବିଭିନ୍ନ ଦେଶରେ ଏବେ ଚିନ୍ତାଜନକ ପରିସ୍ଥିତି ଲାଗି ରହିଛି । ବର୍ତ୍ତମାନ ଏହାକୁ ନଜରରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଅରଡେନ୍ କୋଭିଡ କଟକଣାକୁ କଡାକଡି କରିଛନ୍ତି । କିନ୍ତୁ ସେ ଏପରି କରିବା ପରେ ନିଜ ବାହାଘରକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଗତକାଲି ତାଙ୍କର କ୍ଲାର୍କ ଗୟଫୋର୍ଡଙ୍କ ସହିତ ବିବାହ ଥିଲା । ରବିବାର ଦିନ ଏନେଇ ସେ ସୂଚନା ଦେଇଛନ୍ତି ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା କହିଛନ୍ତି ଯେ, ବିବାହ ପରେ ବି ହୋଇପାରିବ । ତେଣୁ ଦେଶରେ ସ୍ଥିତି ସ୍ୱାଭାବିକ ହେଲେ ବିବାହ କରିବେ । ଏହା କହିବା ସହିତ ସେ ଦେଶରେ କୋଭିଡ୍ କଟକଣାକୁ କଡ଼ାକଡି କରିଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ ନେଇଥିବା ଜରୁରୀ ।

ସେ ଆଗକୁ କହିଛନ୍ତି ଯେ, ଡେଲଟା ତୁଳନାରେ ଓମିକ୍ରନ ଶୀଘ୍ର ସଂକ୍ରମିତ ହେଉଛି । ଏପରି ସ୍ଥିତିରେ କଟକଣା ଲଗାଇବା ଜରୁରୀ । ତେଣୁ କଟକଣା ବେଳେ ଗହଳି ନକରିବାକୁ ନିବେଦନ କରିଛନ୍ତି । ଏଥିସହ ଫେସ୍ ମାସ୍କ ଲଗାଇବା ଉପରେ ଜୋର ଦେଇଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ସୁଦ୍ଧା ୧୫ ହଜାର ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କର ମୃତ୍ୟୁ ଘଟିଛି ।

 

Get real time updates directly on you device, subscribe now.