fbpx

ଜମୁଛି ନିର୍ବାଚନୀ ରାଲି, ରୁଣ୍ଡ ହେଉଛନ୍ତି ହଜାର ହଜାର ଲୋକ: ଏହାର ରେଜଲ୍ଟ ଆଗକୁ ଦେଖିବାକୁ ମିଳିବନି ତ?

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ନିର୍ବାଚନୀ ଋତୁ ଚାଲିଛି । ଆଗାମୀ ୫ଟି ରାଜ୍ୟରେ ବିଧାନସଭା ଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳମାନେ ଏକପ୍ରକାର ଚେଇଁ ଉଠିଛନ୍ତି । ତେବେ ଏଭଳି ସ୍ଥିତିରେ ନୂଆ ସମସ୍ୟା ଭାବେ ଉଭା ହୋଇଛି କୋଭିଡର ନୂଆ ଭାରିଆଣ୍ଟି ଓମିକ୍ରନ । ଦେଶରେ ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ଟପିଥିବା ବେଳେ ନିର୍ବାଚନ ହେବ କି ନା ସେ ନେଇ ଦେଶର ନିର୍ବାଚନ କମିଶନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ କୋଭିଡ୍ ଗାଇଡଲାଇନ ଅନୁଯାୟୀ ନିର୍ବାଚନ ହେବ ବୋଲି ଶେଷରେ ନିଷ୍ପତ୍ତି ହୋଇଥିଲା ।

ତେବେ ନିର୍ବାଚନ ପାଇଁ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି ଦେଶର ସର୍ବବୃହତ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶ । ୟୁପି ଦଖଲ ପାଇଁ ସମସ୍ତ ରାଜନୈତିକ ଦଳମାନେ ଏକପ୍ରକାର ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି । ତେବେ ୟୁପିରେ ଏବେ ନିର୍ବାଚନୀ ପ୍ରଚାରରେ ହଜାର ହଜାର ଲୋକଙ୍କ ଏକତ୍ରିତ ହେଉଛନ୍ତି । ଏହା କ’ଣ କୋଭିଡ୍ ସଂକ୍ରମଣକୁ ପରବର୍ତ୍ତୀ ସମୟରେ ବଢ଼ାଇବନି । ହୁଏତ ଦିନେ କି ଦୁଇଦିନ ଏହାର ଫଳାଫଳ ଜଣାପଡ଼ିନପାରେ । ଦ୍ୱିତୀୟ ଲହର ସମୟରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଦେଇଥିଲା । ଲୋକେ ମରନ୍ତୁ ପଛେ ନିର୍ବାଚନ ଆମେ ଆଗ ଜିତିଯାଉ । ଏହି ଉକ୍ତିକୁ ବୋଧେ ରାଜନେତା ମାନେ ନିଜ ଜୀବନର ମନ୍ତ୍ର ଭାବେ ଧରିନେଇଛନ୍ତି । କାରଣ ଯଦି ଆଗକୁ ସଂକ୍ରମଣ ବଢ଼େ ସେଥିରେ ସାଧାରଣ ଗରିବ ଲୋକମାନେ ହିଁ ପ୍ରଭାବିତ ହେବେ । ରାଜନେତା ତାଙ୍କ ଗାଦିରେ ଶୋଇ ଶୋଇ ଜୀବନ ବିତାଇବେ, ସେମାନଙ୍କର କ’ଣ ହେବ । ଆଉ କିଛିଦିନ ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇ ଦେଇଥିଲେ ବୋଧହୁଏ ବହୁତ ଭଲ ହୋଇଥାଆନ୍ତା । ଫେବୃଆରୀରେ ତୃତୀୟ ଲହର ଆସିବ ବୋଲି ପୂର୍ବରୁ ବିଶେଷଜ୍ଞମାନେ ବାରମ୍ବାର ପରାମର୍ଶ ଦେଇଥିଲେ ମଧ୍ୟ ତାହାକୁ କେନ୍ଦ୍ର ସରକାର ତିଳେ ହେଲେ ଖାତିର କରିନାହାନ୍ତି ।

Get real time updates directly on you device, subscribe now.