fbpx

BIG BREAKING: ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ, ରେସ୍କ୍ୟୁ ଟିମକୁ ବଡ଼ ସଫଳତା

AAKASH

ସମ୍ବଲପୁର: ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଶେଷରେ ସଫଳ ହୋଇଛି ରେସ୍କ୍ୟୁ ଅପରେସନ। ବୋରୱେଲରେ ଫସିରହିଥିବା ନବଜାତ ଶିଶୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ରେସ୍କ୍ୟୁ ଟିମର ଅକ୍ଲାନ୍ତ ପରିଶ୍ରମ ବଳରେ ଏହି ବଡ଼ ଅପରେସନ ସଫଳ ହୋଇଛି। ବୋରୱେଲର ଲୁହା ପାଇପ୍ କାଟିବା ପରେ ନବଜାତ ଶିଶୁଟି ଉଦ୍ଧାର ହୋଇଛି। ତେବେ ଉଦ୍ଧାର ପରେ ଡାକ୍ତର ତା’ର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଶିଶୁଟି ଜୀବନ୍ତ ଥିବା ବେଳେ ତାର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଉଛି। ଏହାକୁ ନେଇ ସବୁଠି ଖୁସିର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଥାଉକି, ଆଜି ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଗୋଟିଏ ନବଜାତ ଶିଶୁ ଫସି ରହିଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା। ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ। ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା। ଏହି ସମୟରେ ଶିଶୁର କାନ୍ଦ ଶୁଭାଯାଇଥିଲା ବୋଲି କୁହାଯାଇଥିଲା। ପାଇପ କଟା ସରିବା ପରେ ଶିଶୁର ପାଖରେ ପହଞ୍ଚି ଡାକ୍ତରୀ ଟିମ ସଦସ୍ୟ ତାକୁ ଉଦ୍ଧାର କରିଥିଲେ। ଶିଶୁଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି।

 

Get real time updates directly on you device, subscribe now.