fbpx

ଘର ଭିତରୁ ମିଳିଲା ନବ-ଦମ୍ପତିଙ୍କ ମୃତଦେହ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଘର ଭିତରୁ ଦମ୍ପତିଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ନବ ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାଟି ଲିଙ୍ଗରାଜ ଥାନା କେଉଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଗତ ୩ମାସ ତଳେ ସେମାନଙ୍କ ବିବାହ ହୋଇଥିଲା । ସ୍ୱାମୀ ପେପରରେ ହକର ଭାବେ କାମ କରୁଥିଲେ । କିନ୍ତୁ ସେମାନଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.