fbpx
BJD SKY
BJD SKY

ଗରମରୁ ରକ୍ଷା ପାଇଁ ଭଗବାନଙ୍କୁ ଚଢାଯାଉଛି କୋଲ୍ଡ ଡ୍ରିଙ୍କ୍

BJD

କରୋନା ସଙ୍କଟ ମଧ୍ୟରେ ଘାଣ୍ଟି ହେଉଥିବା ଲୋକଙ୍କ ପାଇଁ ସମସ୍ୟା ବଢାଇଛି ଉତ୍ତାପ । କେବଳ ମଣିଷ ନୁହେଁ ଭଗବାନଙ୍କ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାରାଣାସୀରେ ଭକ୍ତମାନେ ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ ଓ ଥଣ୍ଡା ଜାତୀୟ ଖାଦ୍ୟ ଅର୍ପଣ କରୁଛନ୍ତି । କେବଳ ଏତିକି ନୁହେଁ, ଠାକୁରଙ୍କ ପାଇଁ ଫ୍ୟାନ୍ ଓ ଏସିର ମଧ୍ୟ ବ୍ୟବସ୍ଥା ହୋଇଛି । ଧର୍ମର ସହର କାଶୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।


ଖବର ମୁତାବକ, ବାରାଣାସୀ ଜିଲ୍ଲାରେ ଭଗବାନ ଶିବଙ୍କ ୮ଟି ରୂପ ମଧ୍ୟରୁ ବାବା ବାଟୁକ ଭୈରବଙ୍କ ମନ୍ଦିର ରହିଛି । ଲକଡାଉନ ଯୋଗୁଁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ବାରାଣାସୀରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଥିବାରୁ ମନ୍ଦିରର ସେବକ ଓ ସେବାୟତମାନେ ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ ଓ ଚକୋଲେଟ୍ ଅର୍ପଣ କରିଛନ୍ତି । ଏହା ସହ ମନ୍ଦିରକୁ ଥଣ୍ଡା ରଖିବା ପାଇଁ ଫ୍ୟାନ୍ ଓ ଏୟାର କଣ୍ଡିସନର ବା ଏସି ଲଗାଯାିଛି ବୋଲି ବାବା ବଟୁକ ଭୈରବ ମନ୍ଦିରର ସେବକ ବିଶ୍ୱଜିତ୍ ବାଗଚି କହିଛନ୍ତି । ଏହା ସହିତ ବାବାଙ୍କ ପାଖରେ ଅଣ୍ଡା, ମାଂସ, ମାଛ ଓ ମଦ୍ୟପାନର ଭୋଗ ଲାଗିଥାଏ ।

Get real time updates directly on you device, subscribe now.