fbpx
BSKY
BJD MC SKY
BJD YOUTH SKY

ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଥ୍ୟା: ସୋସିଆଲ ମିଡିଆରୁ ପୋଷ୍ଟ ଡିଲିଟ କଲେ ସାଥୀ ଖେଳାଳି ଓଲାଙ୍ଗା

ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଛ ବୋଲି ଜାଣିବାକୁ ମିଳିଛି । କର୍କଟ ରୋଗରେ ପୀଡିତ ହୋଇ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ନେଇ ହେନରୀ ଓଲାଙ୍ଗା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହାପରେ ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ସମେତ ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ଏବଂ ଅନିଲ କୁମ୍ବଲେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କିନ୍ତୁ ଏବେ ଷ୍ଟ୍ରିକ ନିଜେ ତାଙ୍କ ମୃତ୍ୟୁ ଖବର ମିଛ ବୋଲି ସେ ମେସେଜ ଦେଇଛନ୍ତି ।

ସାଥୀ ଖେଳାଳି ହେନରୀ ଓଲାଙ୍ଗାଙ୍କ ସୋସିଆଲ ମିଡିଆ ପୋଷ୍ଟର କିଛି ଘଣ୍ଟା ପରେ ନିଜେ ହୀଥ ଷ୍ଟ୍ରିକ ଏକ ମେସେଜ ପକାଇଛନ୍ତି । ଏହି ଭିଡିଓରେ ସେ ଜୀବିତ ରହିବା ସହ ସୁସ୍ଥ ଥିବା ନେଇ ପ୍ରକାଶ କରିଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ନିଜ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି ଓଲାଙ୍ଗା । ସେ କହିଛନ୍ତି ଯେ, ମୁଁ ଏବେ ଜାଣିଲି ଯେ ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବରକୁ ଖୁବ ବଢାଇକରି ଦର୍ଶା ଯାଇଥିଲା । ଥାର୍ଡ ଅମ୍ପାୟାର ତାଙ୍କୁ ପୁଣିଥରେ ଫେରାଇ ଆଣିଛନ୍ତି ବୋଲି ଓଲାଙ୍ଗା କହିଛନ୍ତି । ସେପଟେ ହୀଥ ଷ୍ଟ୍ରିକ ଏ ନେଇ ଏକ ମେସେଜ ପଠାଇଛନ୍ତି । ସେ କହିଛନ୍ତି, ମୁଁ ଜୀବିତ ଅଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛି ଏବଂ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ । ଏପରିକି ଏହି ଖବର ତାଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

୪୯ ବର୍ଷୀୟ ଏହି ଅଲରାଉଣ୍ଡର ଜିମ୍ବାୱେ ବ୍ୟତୀତ ଆଇପିଏଲରେ କୋଲକାତା ଏବଂ ଗୁଜୁରାଟ ଲାୟନ୍ସର ବୋଲିଂ କୋଚ୍ ରହି ସାରିଛନ୍ତି । ତେବେ ୨୦୨୧ରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଷ୍ଟ୍ରିକଙ୍କ ଉପରେ ୮ ବର୍ଷର ବ୍ୟାନ୍ ଆଦେଶ ଲଗାଇଛି ଆଇସିସି । ଆଜି ସକାଳୁ ଷ୍ଟ୍ରିକଙ୍କ ବନ୍ଧୁ ହେନରୀ ଓଲାଙ୍ଗା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଯେ, ‘ଦୁଃଖଦ ଖବର ଆସିଛି ଯେ, ହିଥ ଷ୍ଟ୍ରିକ ଆଉ ଏ ଦୁନିଆରେ ନାହାନ୍ତି । ରେଷ୍ଟ ଇନ୍ ପିସ୍ ଲେଜେଣ୍ଡ । ଆମେ ସବୁଠାରୁ ମହାନ୍ ଅଲରାଉଣ୍ଡର ପ୍ରସ୍ତୁତ କରିଛୁ । ଆପଣଙ୍କ ସହ ଖେଳିବା ଖୁବ ଖୁସିର ବିଷୟ ଥିଲା । ଯେତେବେଳେ ମୋର ବୋଲିଂର ଜାଦୁ ଶେଷ ହେବ, ମୁଁ ଆପଣଙ୍କୁ ସେଠାରେ ଭେଟ କରିବି ।’ ଏଭଳି କିଛି ଇମୋସନାଲ ପୋଷ୍ଟ ଲେଖି ହିଥ ଷ୍ଟ୍ରିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିିଲେ ହେନରୀ ଓଲାଙ୍ଗା । କିନ୍ତୁ ଷ୍ଟ୍ରିକଙ୍କ ପ୍ରତିକ୍ରିୟା ପରେ ଏହି ପୋଷ୍ଟକୁ ସେ ଡିଲିଟ କରି ଦେଇଛନ୍ତି ।

Get real time updates directly on you device, subscribe now.