fbpx

Bitcoin ଓ ଅନ୍ୟ Cryptocurrency ପାଇଁ ହେବ ପରବର୍ତ୍ତୀ ଗ୍ଲୋବାଲ ଫାଇନାନ୍ସିଆଲ କ୍ରାଶ, ଜାଣନ୍ତୁ ସମସ୍ତ ତଥ୍ୟ

Advertisement

ନୂଆଦିଲ୍ଲୀ: ବିଟକଏନ୍ ଓ ଅନ୍ୟ କ୍ରିପ୍ଟୋକରେନ୍ସି ପାଇଁ ପରବର୍ତ୍ତୀ ଫାଇନାନ୍ସିଆଲ କ୍ରାଶ ହେବ । ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ଜାରି ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ସାର ଜନ୍ କନଲିଫ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସିର ମୂଲ୍ୟରେ ଅହେତୁକ ହ୍ରାସ ହେତୁ ଗ୍ଲୋବାଲ ଫାଇନାନ୍ସିଆଲ ସେକ୍ଟର ଭୟଙ୍କର ଭାବେ ପ୍ରଭାବିତ ହେବ ।

ସେ କହିଛନ୍ତି ଯେ, ଏହି ଫାଇନାନ୍ସିଆଲ କ୍ରାଶର ପ୍ରଭାବ ବ୍ୟକ୍ତିଗତ ସ୍ତରରେ ବେଶି ପଡ଼ିବ । ତେବେ ଫାଇନାନ୍ସିଆଲ ଅନୁଷ୍ଠାନଗୁଡ଼ିକ ଏଥିରେ କମ୍ ମାତ୍ରାରେ କ୍ଷତି ସହିବେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କ୍ରିପ୍ଟୋକରେନ୍ସିର ମାର୍କେଟ ଭାଲ୍ୟୁ ଇ୧.୭ ଟ୍ରିଲିୟନ ରହିଛି, ଯାହାକି ଗତ ୨୦୦୮ର ଆର୍ଥିକ ଦୁର୍ଗତିଠାରୁ ଅଧିକ ରହିଛି । ଚଳିତ ବର୍ଷ କ୍ରିପ୍ଟୋକରେନ୍ସି ମାର୍କେଟ ୨୦୦ ପ୍ରତିଶତ ବୃଦ୍ଧି ପାଇଥିବା ସେ କହିଥିଲେ ।

Get real time updates directly on you device, subscribe now.