fbpx
BSKY
BJD MC SKY
BJD MS SKY

ମାଓନେତା ଆରେ୍. କେ ମୃତ, ସ୍ପଷ୍ଟ କଲା ମାଓ ସଙ୍ଗଠନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ମାଓନେତା ରାମକ୍ରିଷ୍ଣା ଓରଫ ଆରେ୍ କେ ମୃତ । ଆର କେ ଓରଫ ଅକିରାଜୁ ହରଗୋପାଳଙ୍କ ମୃତ ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ । ମାଓ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ ଜରିଆରେ ଏହାର ସ୍ପଷ୍ଟ ହୋଇଛି । ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ, ଅସୁସ୍ଥତା କାରଣରୁ ୧୪ ତାରିଖ ସକାଳ ୬ଟାରେ ମାଓ ନେତା ଆର୍ କେଙ୍କ ମୃତ୍ୟୁ ହୋଇଛି । କିଡନୀ ନଷ୍ଟ ହୋଇଯିବା କାରଣରୁ ମୃତ୍ୟୁ ଘଟିଥିବା ସଙ୍ଗଠନ କହିଛି । ମାଓ ସଙ୍ଗଠନ ପକ୍ଷରୁ ୧୪ ତାରିଖରେ ଅନ୍ତିମ ସଂସ୍କାର ହୋଇଛି । କିନ୍ତୁ କେଉଁଠାରେ ମୃତ୍ୟୁ ହୋଇଛି, ସେନେଇ ପ୍ରେସ ରିଲିଜରେ କୌଣସି ସୂଚନା ଦିଆଯାଇ ନାହିଁ ।

ତେବେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ ରାମକ୍ରିଷ୍ଣା । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ମୁଖ୍ୟ ଥିଲେ ରାମକ୍ରିଷ୍ଣା । ତାଙ୍କ ନାଁରେ ୨ ଶହରୁ ଅଧିକ ମାମଲା ରହିଥିଲା । ଏହା ସହ ତାଙ୍କ ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିବା ଜଣାପଡିଛି ।

Get real time updates directly on you device, subscribe now.