fbpx

ମାତ୍ର ୩ ମିନିଟରେ ୩୩ ପ୍ରତିଶତ ହୋଇପାରିବ ଚାର୍ଜ: ପ୍ରଥମ ଥର ପାଇଁ Realme ଲଞ୍ଚ କରିବ ଫାଷ୍ଟ ଚାର୍ଜିଂ ଅପସନ୍ ଥିବା ସ୍ମାର୍ଟଫୋନ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ସ୍ମାର୍ଟଫୋନରେ ଚାର୍ଜିଂ ହେଉଛି ଏକ ମୁଖ୍ୟ ସମସ୍ୟା । ତେବେ ଆପଣଙ୍କର ଏହି ସମସ୍ୟା ଦୂର ହେବାକୁ ଯାଉଛି । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ରିଅଲମିର ଏକ ଫୋନ, ଯେଉଁଥିରେ କି ମାତ୍ର ୩ ମିନିଟରେ ୩୩ ପ୍ରତିଶତ ଚାର୍ଜ ହୋଇପାରିବ । ପ୍ରଥମ ଫୋନ ଭାବେ ଏଥିରେ ଫାଷ୍ଟ ଚାର୍ଜିଂ ଅପ୍ସନ ଉପଲବ୍ଧ ହେବ । ଗତ ଜୁଲାଇରେ କମ୍ପାନୀ ପକ୍ଷରୁ ୧୨୫ଡବ୍ଲ୍ୟୁ ଅଲଟ୍ରାଡାର୍ଟ ଫାଷ୍ଟ ଚାର୍ଜିଂ ଟେକନିକର ଘୋଷଣା କରାଯାଇଥିଲା ।
ତେବେ ଆସନ୍ତା ବର୍ଷ ଏହାକୁ ଲଞ୍ଚ କରିବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି । ରିଅଲମି ୧୨୪ଡବ୍ଲ୍ୟୁ ଅଲଟ୍ରାଡାର୍ଟ ଫାଷ୍ଟ ଚାର୍ଜିଂ ଟେକନିକ ୪୦୦୦ଏମଏଏଚର ବ୍ୟାଟେରି କ୍ଷମତା ଉଚ୍ଚମାନର ହେବ । ଏପରି କ୍ଷିପ୍ର ଚାର୍ଜି ସ୍ପୀଡକୁ ହାସଲ କରିବା ପାଇଁ କମ୍ପାନୀ ରିଅଲମି ଥ୍ରୀ-ୱେ ଚାର୍ଜିଂ ସଲ୍ୟୁସନର ବ୍ୟବହାର କରୁଛି । ଥ୍ରି-ୱେ ଚାର୍ଜ ଏକସଙ୍ଗେ ଚାର୍ଜିଂ ପାୱାରକୁ ବଢ଼ାଇବା ପାଇଁ ଷ୍ଟେପ-ଡାଉନ ଭୋଲ୍ଟେଜକୁ ପମ୍ପ କରିବା ସହ ପ୍ରଭାବୀ ଢଙ୍ଗରେ ହିଟ ଡିସିପେଶସନକୁ ହ୍ରାସ କରିଥାଏ । ଚାର୍ଜିଂ ସଲ୍ୟୁସନ ଓ ସମ୍ପୂର୍ଣ୍ଣ ଚାର୍ଜିଂ ପ୍ରୋସେସକୁ କୁଲିଂ ପାଇଁ ଆଷ୍ଟିମାଇଜ କରାଯାଇଛି । ଫଳସ୍ୱରୂପ ୯୮ ପ୍ରତିଶତର ଅଲଟ୍ରା-ହାଇ କନଭର୍ସନ ରେଟ ମିଳୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.