fbpx

ଜେଲ ଯିବା ପରେ ଶାହାରୁଖ ଖାନ ଓ ଗୌରୀଙ୍କ ସହ କଥା ହେଲେ ଆର୍ଯ୍ୟନ୍, ଭିଡ଼ିଓ କଲରେ….

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ କାରବାର ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ୍ ଓ ଗୌରୀଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ୍ ଏବେ ଜେଲରେ ଅଛନ୍ତି । ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ସେ ଆର୍ଥର ରୋଡ୍ ଜେଲରେ ରହିବେ । ଏବେ ଖବର ଆସୁଛି କି ଆର୍ଯ୍ୟନ ଜେଲ ଯିବା ପରେ ଶାହାରୁଖ ଓ ଗୌରୀଙ୍କ ସହ ୧୦ ମିନିଟ୍ କଥା ହୋଇଛନ୍ତି । ଭିଡ଼ିଓ କଲରେ ବାପା ମାଆଙ୍କ ସହ କଥା ହୋଇଛନ୍ତି ଆର୍ଯ୍ୟନ୍ । କଥାବାର୍ତ୍ତା ସମୟରେ ସୁରକ୍ଷା କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ କୋଭିଡ ୧୯ ର ରିପୋର୍ଟ ନେଗେଟିଭ ଆସିବା ପରେ ଆର୍ଯ୍ୟନଙ୍କୁ ଜେଲର ଏକ ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଜେଲରେ କଏଦୀ ନମ୍ବର ୯୫୬ ର ପରିଚୟ ଦିଆଯାଇଛି । ଏହା ତାଙ୍କ ଅଣ୍ଡରଟ୍ରାଏଲ ନମ୍ବର । ଆର୍ଯ୍ୟନ ଏବେ ସାଧାରଣ କଏଦି ଭଳି ରହୁଛନ୍ତି । ତାଙ୍କୁ ଫୋନ ବ୍ୟବହାର ପାଇଁ ଅନୁମତି ଦିଆଯାଉନି । ତାଙ୍କ ସହ ଗିରଫ ହୋଇଥିବା ୫ ଜଣଙ୍କୁ ମଧ୍ୟ ଜେଲର କ୍ୱାରେଣ୍ଟାଇନ ସେଲରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଦାବି ଅନୁସାରେ, ଆର୍ଯ୍ୟନ ଖାନ ଡ୍ରଗ୍ସ କିଣିବାରେ ଏବଂ ସେବନ କରିବାରେ ସାମିଲ ରହିଛନ୍ତି । ତେଣୁ ଏନସିବି ଆର୍ଯ୍ୟନ୍ ଖାନଙ୍କୁ ଘନଘନ ଜେରା କରୁଛି । ତେବେ ଏହା ଉପରେ ଜାରି ରହିଥିବା ବିବାଦ ଭିତରେ ବୁଧବାର ଦିନ ଜାମିନ ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା ।

Get real time updates directly on you device, subscribe now.