fbpx
BSKY
BJD SHG SKY
BJD YOUTH SKY

ଆସନ୍ତାବର୍ଷ ଛାତ୍ରଛାତ୍ରୀମାନେ ଦୁଇଥର ଦେବେ CUET ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ଦୁଇଥର ଆୟୋଜନ କରାଯିବ । ସିୟୁଇଟି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ଓ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୟୁଜି କୋର୍ସରେ ନାମଲେଖାଇବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଦୁଇଥର ସୁଯୋଗ ପ୍ରଦାନ କରାଯିବ । ଚଳିତ ସିୟୁଇଟି-୨୦୨୨ର ଆୟୋଜନ ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ଦ୍ୱାରା କରାଯାଉଛି । ଚଳିତ ବର୍ଷ ସିୟୁଇଟି କେବଳ ଗୋଟିଏ ଥର କରାଯିବ, ମାତ୍ର ଆସନ୍ତା ବର୍ଷ ଏହା ଦୁଇ ଥର କରାଯିବ ।

ଏନଟିଏ ରାଷ୍ଟ୍ରୀୟ ଶିକ୍ଷାନୀତି, ଏନଇପି ୨୦୨୦ ଅଧୀନରେ ଦୁଇଥର ଏହି ପରୀକ୍ଷା ଆୟୋଜନ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ପରୀକ୍ଷାର ଦୁଇଟି ଯାକ ସଂସ୍କରଣ ବୋର୍ଡ ପରୀକ୍ଷା ପରେ ଆୟୋଜନ କରାଯାଇପାରେ । ତେବେ ଆସନ୍ତାବର୍ଷ ସିୟୁଇଟିରେ କ’ଣ ସବୁ ପରିବର୍ତ୍ତନ କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ଏହି ପରୀକ୍ଷା ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଉପରେ ଆଧାରିତ ରହିବ ।

ସିୟୁଇଟି ଦୁଇଥର ଆୟୋଜନ କରିବା ନେଇ ପୂର୍ବରୁ ୟୁଜିସି ଚେୟାରମ୍ୟାନ ସଙ୍କେତ ଦେଇ ସାରିଥିଲେ । ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ବର୍ଷକୁ ଦୁଇଥର ସିୟୁଇଟି ଆୟୋଜନ ଉପରେ ବିଚାର କରାଯାଉଥିବା ସେ କହିଥିଲେ । ସିୟୁଇଟି ୨୦୨୨ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ଅଫିସିଆଲ ୱେବସାଇଟ୍ cuet.samarth.ac.in କୁ ଯାଇ ଅନଲାଇନ ଆପିଲିକେସନ ପାଇପାରିବେ । ଅନଲାଇନ ଆବେଦନର ଅନ୍ତିମ ତାରିଖ ରହିଛି ମାର୍ଚ୍ଚ ୬ ତାରିଖ । ଆଶାୟୀମାନେ ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

Get real time updates directly on you device, subscribe now.