fbpx
BSKY
BJD SHG SKY
BJD YOUTH SKY

ବଢ଼ିଲା କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ, ଜେଲ୍ ହସ୍ପିଟାଲରେ ଲାଗୁ ହେଲା ନିରାମୟ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦରବୃଦ୍ଧିର ପ୍ରଭାବ କେବଳ ଆମର ହାଣ୍ଡିଶାଳରେ ସୀମିତ ରହିନାହିଁ, ଜେଲରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଜେଲ ଅନ୍ତେବାସୀଙ୍କ ଦୈନିକ ଖାଇବା ଖର୍ଚ୍ଚ ବଢ଼ିଛି । ଅନ୍ତେବାସୀଙ୍କ ଦୈନିକ ଖାଇବା ଖର୍ଚ୍ଚ ୬୪ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଜେଲ ବିଭାଗ ଡିଜି ଓ ଡିସିଏସଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହିତ ନିରାୟମ ସ୍କିମରେ ରାଜ୍ୟର ସମସ୍ତ ଜେଲ ହସ୍ପିଟାଲକୁ ସାମିଲ କରାଯାଇଛି । ଜେଲ ଡିଆଇଜିଙ୍କୁ ଏନେଇ ରାଜ୍ୟ ମେଡିକାଲ ନିଗମ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟର ୩୨ଟି ଜେଲ ହେଡ୍ କ୍ୱାର୍ଟର ହସ୍ପିଟାଲ ଇ-ନିରାୟମରେ ସାମିଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ଆଗକୁ କଏଦୀଙ୍କ ଖାଦ୍ୟ ମେନ୍ୟୁରେ କିଛି ପରିବର୍ତ୍ତନ କରାଯିବ । କଏଦୀଙ୍କୁ କେଉଁ ଖାଦ୍ୟ ଦିଆଯିବ ସେନେଇ ଏକ ଡାଏଟାରୀ ପ୍ଲାନ୍ ଲାଗୁ ହେବ । ପୂର୍ବରୁ ଜେଲ ଅନ୍ତେବାସୀମାନଙ୍କୁ ସକାଳ, ମଧ୍ୟାହ୍ନ ଓ ରାତିରେ ଏପରି ଭାବେ ଦୈନିକ ତିନିଥର ଖାଦ୍ୟ ଦିଆଯାଉଥିଲା । ଅନେକ ସମୟରେ ଖାଦ୍ୟ ଯୋଗାଣ ନେଇ ବିଭିନ୍ନ ଅଭିଯୋଗ ମଧ୍ୟ ଆସୁଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ଡାଏଟ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି ।

ସେହିପରି ରାଜ୍ୟର ୩୨ଟି ଜେଲ ହସ୍ପିଟାଲରେ ନିରାମୟ ଯୋଜନା ଲାଗୁ ହେବା ଦ୍ୱାରା ସମସ୍ତ ହସ୍ପିଟାଲରେ କଏଦୀଙ୍କ ପାଇଁ ମାଗଣା ଔଷଧ ଉପଲବ୍ଧ ହେବ । ପୂର୍ବରୁ ଜେଲ ଡିଆଇଜି ଏହି ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ଔଷଧ ନିଗମ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ପ୍ରତି ୩ ମାସରେ ଥରେ ଲେଖାଏଁ ଜିଲ୍ଲା ମୁଖ୍ୟାଳୟରେ ଥିବା ଔଷଧ ନିଗମ ୱେରହାଉସରୁ ଆବଶ୍ୟକ ମେଡିସିନ ଆଣିବା ପାଇଁ ତାଲିକା ପ୍ରଦାନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.