fbpx

ଯୌନ ଉତ୍ପୀଡନ ଘଟଣା ଚାପିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରୟାସ ଭିତରେ ଜାତୀୟ ମାନବାଧିକାର କମିଶନଙ୍କ ଏଣ୍ଟ୍ରୀ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ମର୍ଯ୍ୟାଦାପୂର୍ଣ୍ଣ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡନ ଘଟଣା ଓ ଘଟଣାକୁ ଚାପିବାକୁ କର୍ତ୍ତୃପକ୍ଷଙ୍କ ଦୁର୍ବାର ପ୍ରୟାସ ମଧ୍ୟରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ପିଟିଆଇ କର୍ମୀ ଏନଏଚଆରସିରେ ଅଭିଯୋଗ କରିବା ପରେ କମିଶନ ମାମଲାର ତଦନ୍ତ ପାଇଁ ପହଞ୍ଚିଛନ୍ତି ।

ଦାସ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ କି, ଗତ ମାସ ୧୬ ତାରିଖରେ ବିଶ୍ୱବିଦ୍ୟାଳୟର ଜନୈକା ଛାତ୍ରୀ ତାଙ୍କ ଡିପାର୍ଟମେଣ୍ଟଙ୍କ ଜଣେ ପ୍ରଫେସରଙ୍କୁ ଏକ ବହି ମାଗିଥିଲେ । ପ୍ରଫେସର ବହିଟି ତାଙ୍କ ଘରୁ ନେବାକୁ କହିଥିଲେ । ସେ ପ୍ରଫେସରଙ୍କ ଘରେ ବହି ପାଇଁ ପହଞ୍ଚିବାରୁ ପ୍ରଫେସର ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତେବେ ଛାତ୍ରୀ ଜଣକ କୌଣସି ଉପାୟରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ । ସେଠାରୁ ଆସି ଛାତ୍ରୀ ଏନେଇ ସେକ୍ସୁଆଲ ହାରାସମେଣ୍ଟ ସେଲ ନିକଟରେ ଅଭିଯୋଗ କରିଥିଲେ ।

କିନ୍ତୁ ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗରେ ଆରଟିଆଇ କର୍ମୀ ଉଲ୍ଲେଖ କରିଥିଲେ । ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର କମିଶନ ମାମଲାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡବିଧାନ କରିବା ସହ ପୀଡିତାଙ୍କୁ ୫ ଲକ୍ଷ କ୍ଷତିପୂରଣ ପାଇଁ ଦେବି ହୋଇଛି । ଏବେ ଦେଖିବାକୁ ରହିଲା, ମାନବାଧିକାର କମିଶନଙ୍କ ତଦନ୍ତ କେଉଁ ଆଡକୁ ଯାଉଛି ।

Get real time updates directly on you device, subscribe now.