fbpx

ଡିସେମ୍ବର ୧ରୁ ଏଠାରେ ରାତ୍ରୀ କର୍ଫ୍ୟୁ ଲାଗୁ, ନମାନିଲେ ୧ ହଜାର ଜୋରିମାନା

ଚଣ୍ଡିଗଡ,୨୫ ।୧୧: କରୋନା କାଳ ମଧ୍ୟରେ ପଞ୍ଜାମରେ ଡିସେମ୍ବର ୧ରୁ ରାତ୍ରୀ କର୍ଫ୍ୟୁ ଲାଗୁ ହେବ । ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ରାତି ୧୦ରୁ ସକାଳ ଯାଏଁ କର୍ଫ୍ୟୁ ଲାଗୁ ପାଇଁ ଆଦେଶ ଦେଇଛନ୍ତି । ଏହା ଡିସମ୍ବେର ୧ରୁ ଲାଗୁ ହେବ । ରାଜ୍ୟର ସମସ୍ତ ଜିଲ୍ଲା ଓ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ନିୟମ ଉଲ୍ଲଙ୍ଘନ କଲେ ୧ ହଜାର ଟଙ୍କା ଦେବାକୁ ଜୋରିମାନା ଦେବାକୁ ପଡିବ । ୧ ଡିସେମ୍ବରରୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ବିବାହ ସ୍ଥଳଗୁଡିକ ରାତି ୯.୩୦ରୁ ବନ୍ଦ ହୋଇଯିବ । ୧୫ ଡିସେମ୍ବର ଯାଏଁ ଏହି କଟକଣା ରହିବ ।

Get real time updates directly on you device, subscribe now.