fbpx

ଆଜିଠାରୁ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର, ୧୭ା୪ (ଓଡିଶା ଭାସ୍କର): ରାଜ୍ୟରେ କୋଭିଡ ସଂକ୍ରମଣ ଆଶାତୀତ ଭାବେ ବଢ଼ି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଆଜିଠାରୁ ଲାଗୁ ହେବ । ଶନିବାର ଓ ରବିବାର ସଟଡାଉନ୍ ହେବ । ଆଜିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଅନ୍ୟ ୨୦ ଜିଲ୍ଲାର ସହରମାନଙ୍କରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ।
ଏତଦବ୍ୟତୀତ ଅଗ୍ନିଶମ, ମେଡିକାଲ, ଗ୍ୟାସ, ପେଟ୍ରୋଲ ଆଦି ସେବା ଜାରି ରହିବ । ସମସ୍ତ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ବଜାର ହାଟମାନଙ୍କରେ କଟକଣା ଜାରି କରାଯାଇଛି । ଏହାଛଡ଼ା ବିବାହ ପାଇଁ ୫୦ ଜଣ, ଶୁଦ୍ଧିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ବାର, ରେଷ୍ଟୁରାଷ୍ଟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଆସନ୍ତା ସୋମବାର ଠାରୁ ରାଜ୍ୟ ବାହାରକୁ ବସ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.