fbpx

ନାଇଟ କର୍ଫ୍ୟୁ ବେଳେ ବିଚରାସ୍ତାରେ ଚାଲିଥିଲା ବାର୍ଥ ଡେ’ ସେଲିବ୍ରେସନ: ପୋଲିସ ଗାଡ଼ି ଦେଖି ଚମ୍ପଟ୍ ମାରିଲେ ଯୁବକ, ୧୨ ବାଇକ୍ ଜବତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ତେବେ ନାଇଟ କର୍ଫ୍ୟୁ ସମୟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିଲେ । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ବାର୍ଥ ଡେ’ ସେଲିବ୍ରେସନ ସମୟରେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ଟି ଦୁଇ ଚକିଆ ଗାଡିକୁ ଜବତ କରିଛି ।

ସୂଚନା ମୁତାବିକ, ରାତି ସାଢ଼େ ୧୨ଟା ବେଳ ଘଟଣା । ଡେଲଟା ଛକ ଟ୍ରାଫିକ୍‌ ପୋଷ୍ଟ ସାମ୍ନା ମୁଖ୍ୟ ରାସ୍ତାରେ ୧୫ଟି ବାଇକ୍‌ ସହ ୨ଟି କାର ରଖାଯାଇଥିଲା । ପୋଲିସ କମିଶନର ସେହି ରାସ୍ତାରେ ଯିବା ବେଳେ ବାଇକ୍‌ ଗୁଡିକୁ ଦେଖି କାର୍‌ରୁ ଅଟକାଇଥିଲେ। ଡେଲଟା ଛକରେ ଓହ୍ଲାଇ ସେଠାକୁ ଯାଇଥିଲେ । ଶ୍ରୀ ପ୍ରିୟଦର୍ଶୀଙ୍କୁ ଗାଡି ଦେଖି ୩ଟି ବାଇକ୍‌ ଓ ୨ଟି କାର ଘଟଣାସ୍ଥଳରୁ ତୁରନ୍ତ ଚମ୍ପଟ ମାରିଥିଲେ । ଅନ୍ୟମାନେ ବାଇକ୍‌ ଛାଡି଼ ସେଠାରୁ ଛତ୍ରଭଙ୍ଗ ଦେଲେ । ଉକ୍ତ ଦୋକାନ ସାମ୍ନାରେ ଏକ ବାର୍ଥ ଡେ କେକ୍‌ ରଖାଯାଇଥିବା ଦେଖି ସେଠାରେ ଜନ୍ମଦିନ ସେଲିବ୍ରେସନ ହେଉଥିବା  ଅନୁମାନ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଓ ଅନ୍ୟ ଅଫିସର ପହଞ୍ଚିଥିଲେ ବାର୍ଥ ଡେ ପାଳନ କରୁଥିବା ଯୁବକ ମାନଙ୍କୁ ଖୋଜା ଖୋଜି କରିଥିଲେ। ସେଠାରେ କେହି ନ ମିଳିବାରୁ ୧୨ଟି ବାଇକ୍ ଜବତ କରିବା ସହ ଥାନାକୁ ଅଣାଯାଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.