fbpx

ରାଜ୍ୟରେ ନାଇଟ କର୍ଫ୍ୟୁର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ଅନଲକ-୧ ନେଇ ସୂଚନା ଦେଇ କହିିଥିଲେ ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ । ଓଡ଼ିଶାରେ ନାଇଟ କର୍ଫ୍ୟୁ ଆଗପରି ସନ୍ଧ୍ୟା ୭ଟାରୁ ସକାଳ ୭ଯାଏଁ ରହିବ ବୋଲି କହିଥିଲେ । କିନ୍ତୁ ଏବେ ପୁଣିଥରେ ରାତ୍ରିକାଳୀନ କର୍ଫ୍ୟୁରେ ସରକାର ପରିବର୍ତ୍ତନ କରିଛନ୍ତି । ରାଜ୍ୟରେ ସନ୍ଧ୍ୟା ୭ରୁ ଭୋର୍ ୫ଟା ଯାଏଁ କର୍ଫ୍ୟୁ ଜାରି ହେବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସବୁକୁ ଅନୁମତି ଦିଆଯିବ ନାହିଁ । ଉଲ୍ଳେଖଯୋଗ୍ୟ କେନ୍ଦ୍ର ସରକାର ଅନଲକ ୧.୦ରେ ରାତି ୯ଟାରୁ ଭୋର୍ ୫ଟା ଯାଏଁ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.