fbpx

ବଦଳିଗଲା ବିମାନର ସିଟ୍ ନିୟମ, ଜୁନ୍ ୩ରୁ ଲାଗୁ

କରୋନା ସଙ୍କଟ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି, କିନ୍ତୁ କମିନି ବିପଦ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ବିମାନ ଚଳାଚଳ ନିୟାମକ ବା ଡିଜିସିଏ ଏକ ନିଷ୍ପତ୍ତି ନେଇଛନ୍ତି । ଏଣିକି ବିମାନର ମଝି ସିଟକୁ ଖାଲି ରହିବ । ଏନେଇ ଏୟାରଲାଇନ୍ସ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ନୂଆ ଗାଇଡ୍ ଲାଇନ୍ ଜୁନ୍ ୩ରୁ ଲାଗୁ ହେବ ।

ଯଦି ଏହା କରିବା ସମ୍ଭବ ନହେଲା, ତେବେ ମଝିରେ ବସିଥିବା ଲୋକଙ୍କ ଶରୀରକୁ ଘୋଡାଇ ହେବା ପାଇଁ ଗାଉନ୍ ଦିଆଯିବ । ଏହି କଭରକୁ ବସ୍ତ୍ର ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ମାନକ ସହିତ ପ୍ରସ୍ତୁତ କରିବାକୁ କୁହାଯାଇଛି । ତଥାପି ଗୋଟିଏ ପରିବାରର ଲୋକଙ୍କୁ ଏକାଠି ବସିବାକୁ ଅନୁମତି ଦିଆଯାଇପାରେ । ଏହା ବ୍ୟତିତ ସମସ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ ଦ୍ୱାରା ସୁରକ୍ଷା କିଟ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ମାସ୍କ, ଫେସ ଶିଲ୍ଡ ଓ ସାନିଟାଇଜର ପାଉଚ୍ ରହିଥିବ ।

Get real time updates directly on you device, subscribe now.