fbpx

ପୋଲିସ ଉପରେ ନିହଙ୍ଗ ଶିଖମାନଙ୍କ ଆକ୍ରମଣ, ASIଙ୍କ କାଟିଦେଲେ ହାତ

ଚଣ୍ଡିଗଡ,୧୨ ।୪: କରୋନା ଭାଇରସ କାରଣରୁ ସାରା ଦେଶେ ଲକ୍-ଡାଉନ୍ ଜାରି ହୋଇଛି । ଏହାକୁ କଡାକଡି ପାଳନ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ପଞ୍ଜାବର ପଟିଆଲା ଜିଲ୍ଲାରେ କିଛି ଲୋକ ପୋଲିସ ଉପରେ ଆକ୍ରମଣ କରିବା ସହ ଜଣେ ପୋଲିସ କର୍ମଚାରୀଙ୍କ ହାତ କାଟିଦେଇଥିବା ଅଭିଯୋଗ ହୋଇଛି । ଏଥିରେ ଅନ୍ୟ ୨ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନା ମୁତାବକ, ୪-୫ ଜଣ ନିହଙ୍ଗ ଶିଖ୍ ସମୂହର ଲୋକ ଏକ ଗାଡିରେ ଯାତ୍ରା କରୁଥିବା ବେଳେ ମଣ୍ଡି ବୋର୍ଡରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ପଟିଆଲା ପୋଲିସ ଅଧୀକ୍ଷକ ମନଦୀପ ସିଂହ କହିଛନ୍ତି ଯେ, ସେମାନଙ୍କୁ ପାସ୍ ଦେଖାଇବାକୁ କୁହାଯାଇଥିଲାବ, କିନ୍ତୁ ସେମାନେ କାରର ଡୋରକୁ ଧକ୍କା ଦେଇଥିଲେ । ପରେ ସେମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଜଣେ ଏଏସଆଇଙ୍କ ହାତକୁ ଖଣ୍ଡାରେ କାଟିଦେଇଥିଲେ ।
ତେବେ ଆକ୍ରମଣ ପରେ ମହଙ୍ଗ ଶିଖମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇସାରିଛି ।

Get real time updates directly on you device, subscribe now.