fbpx

କାଲି ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଲା ତଥ୍ୟ

Advertisement

ଭୁବନେଶ୍ୱର, ୧୨ା୪ (ଓଡ଼ିଶା ଭାସ୍କର): ଗତକାଲି ରାତିରେ ରାଜ୍ୟରେ ଚିହ୍ନଟ ହୋଇଥିବା ୪ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରବିବାର ତଥ୍ୟ ଦିଆଯାଇଛି । ଗତକାଲି ରାତିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ତଥ୍ୟ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇ ନଥିଲା । ତେବେ ରବିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ୪ଜଣଙ୍କ ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି । ଏହି ତଥ୍ୟ ଅନୁସାରେ ଏହି ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡାର ଏବଂ ଅନ୍ୟ ଜଣେ ଭୁବନେଶ୍ୱରର । ଏହି ୪ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସିଂ କରାଯାଉଛି ।

Get real time updates directly on you device, subscribe now.