fbpx

୭୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ ନୋଟିସ୍ ଧରାଇଲା ଏହି କମ୍ପାନୀ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନାଇକ୍ ଏହାର ଶହେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ନାଇକ୍ ନିଜର ଓରେଗନ୍ ମୁଖ୍ୟାଳୟରେ ଶହ ଶହ କର୍ମଚାରୀଙ୍କୁ ନୋଟିସ୍ ପ୍ରଦାନ କରି, ଯେଉଁଥିରେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

କମ୍ପାନୀ ସୂତ୍ର ଅନୁଯାୟୀ, ମୁଖ୍ୟାଳୟରେ ୭୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ପାଇଁ ନୋଟିସ ଦିଆଯାଇଛି । ଶୁକ୍ରବାର ଦିନ ତାଙ୍କୁ ଏହି ଚିଠି ଦିଆଯାଇଛି ।

ନାଇକ୍ ଓରେଗନ୍ର ବିଶ୍ୱ ମୁଖ୍ୟାଳୟରେ ପ୍ରାୟ ୭୪୦ କର୍ମଚାରୀଙ୍କୁ ଛଟେଇ ପାଇଁ ନୋଟିସ୍ ଦେଇଛି । ଏ ସମ୍ପର୍କରେ ଶୁକ୍ରବାର ତାଙ୍କୁ ଚିଠି ମଧ୍ୟ ଦିଆଯାଇଥିଲା । କମ୍ପାନୀ ହଠାତ୍ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଥରେ ବରଖାସ୍ତ କରିଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଛଟେଇ ହେବାର କାରଣ :-
ଦୁନିଆର ଅଗ୍ରଣୀ ସ୍ପୋଟ୍ସୱିୟର୍ ନିର୍ମାତା କମ୍ପାନୀ ମଧ୍ୟରୁ ନାଇକ୍ କର୍ମଚାରୀଙ୍କୁ ଛଟେଇ କରିଛି । ୨୦୨୫ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ରାଜସ୍ୱ ହ୍ରାସ ହେବାର ଚେତାବନୀ ଦେଇଥିବାବେଳେ କମ୍ପାନୀ ମୋଟ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି । ଅଧିକାରୀଙ୍କ ନିକଟକୁ ନାଇକର ପିପୁଲ୍ସ ସଲ୍ୟୁସନ୍ ଉପାଧ୍ୟକ୍ଷ ମିସେଲ ଆଡାମସ୍ଙ୍କ ଦ୍ୱାରା ପଠାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୨୮ ସୁଦ୍ଧା କମ୍ପାନୀର ମୁଖ୍ୟାଳୟରେ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ।

Get real time updates directly on you device, subscribe now.