fbpx

ଇତିହାସ ରଚିଲେ ନିକହତ ଜରୀନ, ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ନୁଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରୀନ ଇତିହାସ ରଚିଛନ୍ତି । ଗୁରୁବାର ଖେଳାଯାଇଥିବା ଫାଇନାଲରେ ଜରୀନ ବିଜୟ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ୫୨ କେଜି ବିଭାଗରେ ନିକହତ ଜରୀନ ଥାଇଲାଣ୍ଡର ଜିଟପୋଙ୍ଗ ଜୁଟାମାସଙ୍କୁ ୫-୦ରେ ମାତ ଦେଇଛନ୍ତି ।

ପୁରା ଫାଇଟରେ ଜରୀନଙ୍କ ଦବଦବା ଦେଖିବାକୁ ମୀଲିଥିଲା । ଜରୀନ ଲଗାତାର ଏହି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିଲେ । ପୁର୍ବରୁ ସେ ସେମିଫାଇନାଲରେ ମଧ୍ୟ ୫-୦ରେ ବିଜୟ ଲାଭ କରିଥିଲେ । ଯୋଉଁଥିରେ ଶେଷ ୪ ରାଉଣ୍ଡରେ ସମସ୍ତ ଜଜ୍ ତାଙ୍କ ସପକ୍ଷରେ ଫଳାଫଳ ଶୁଣାଇଥିଲେ । ଆଜି ଫାଇନାଲରେ ମଧ୍ୟ ସମାନ ପଳାଫଳ ଦେଖିବାକୁ ମିଳିଥିଲା ।

ନିକହତ ଜରୀନ କିଛିବର୍ଷ ହେବ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ୨୦୧୯ ଏସିଆ ଚାମ୍ପିଅନସିପରେ ମଧ୍ୟ ସେ ସମତ୍କାର ପ୍ରଦର୍ଶନ କରୁି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେମିଫାଇନାଲରେ ସେ ବ୍ରାଜିଲର କେରୋଲିନ ଡି ଓଲ୍ମିଡାଙ୍କୁ ୫-୦ରେ ପରାସ୍ତ କରିଥିଲେ ।

୨୫ ବର୍ଷିୟ ନିକହତ ଜରୀନ ପଞ୍ଚମ ବକ୍ସର ଭାବରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଭାରତୀୟ ବକ୍ସିଂ ଲେଜେଣ୍ଡ ମେରିକମ୍ ଏହି ଚାମ୍ପୟାନସିପରେ ୬ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ସ୍ଥାପନା କରିଛନ୍ତି । ଭାରତ ପାଇଁ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଏମସି ମେରିକମ୍, ସରିତା ଦେବୀ, ଜେନି ଆର ଏଲ ଏବଂ ଆର ଲେଖା ସି ସ୍ୱର୍ଣ୍ଣ ଜିତି ସାରିଛନ୍ତି । ଏବେ ଏହି ତାଲିକାରେ ନିକହତ ଜରୀନଙ୍କ ନାମ ସାମିଲ ହୋଇଯାଇଛି ।

 

 

 

 

Get real time updates directly on you device, subscribe now.