fbpx

ବିଜେପିରେ ଯୋଗଦେବା ପରେ କଂଗ୍ରେସ ଉପରେ ବର୍ଷିଲେ ଜାଖର, କହିଲେ ହିନ୍ଦୁ ନୁହେଁ ଶିଖଙ୍କ ଉପରେ ବି ଅପମାନ କରିଛି କଂଗ୍ରେସ…

ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆଉ ବିଜେପିରେ ଯୋଗଦେବା ପରେ ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି ଜାଖର । ସେ କହିଛନ୍ତି କଂଗ୍ରେସ କେବଳ ହିନ୍ଦୁ ଭାଇଚାରା ନୁହେଁ ବରଂ ଶିଖ୍ ଭାଇଚାରାର ଅପମାନ କରିଛନ୍ତି ।

ବିଜେପିରେ ସାମିଲ ହେବା ପରେ ଜାଖର କହିଛନ୍ତି ଯେ ୫୦ ବର୍ଷରେ ମୋ ପରିବାରର ତିନି ପୀଢ଼ି କଂଗ୍ରେସ ଦଳର ସେବା କରିଛନ୍ତି । ସେ କହିଛନ୍ତି କଂଗ୍ରେସ ୫୦ ବର୍ଷର ରାଷ୍ଟ୍ରବାଦ, ଏକତା ଏବଂ ଭାଇଚାରକୁ ଭାଙ୍ଗିଛନ୍ତି । ସେ ଆହୁରି କହିଛନ୍ତି ମୁଁ ପଞ୍ଜାବରେ ଭାଇଚାରା ପାଇଁ ଲଢ଼ୁଛି । ଯେଉଁକାମ ଏକେ-୪୭ କରିପାରିନାହିଁ ସେହି କାମ କଂଗ୍ରେସ କରିଦେଖାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ସିଏମ ପଦବୀ ପାଇଁ ଯୋଗ୍ୟ ନୁହଁନ୍ତି ।

ସୂଚନାଯୋଗ୍ୟ, ଗତ ଫେବୃଆରୀରେ ରାଜନୀତିରୁ ସନ୍ୟାସ ନେବାପାଇଁ ଘୋଷଣା କରିଥିଲେ ଜାଖର, ଯାହାପରେ କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ଆଉ ବିଧାନସଭା ନିର୍ବାଚନ ସମୟରେ  ଦଳ ବିରୋଧୀ ଗତିବିଧି ନେଇ ଗତ ମାସରେ ତାଙ୍କୁ ଦଳର ସବୁ ପଦରୁ ହଟାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ନବଜୋତ୍ ସିଂହ ସିଦ୍ଧୁଙ୍କ କଂଗ୍ରେସ ଅଧ୍ୟକ୍ଷ ହେବା ପୂର୍ବରୁ ସୁନୀଲ ଜାଖର ଚାରି ବର୍ଷ ପର୍ଯ୍ୟନ୍ତ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ରହିଥିଲେ ।

Get real time updates directly on you device, subscribe now.