fbpx

ଅଜବ ଘଟଣା, ଟିକଟକ୍ ଭିଡିଓ ଲାଇକ କରି ଭୋଗିଲେ ସଜା

ନୁଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଦିନରେ ଜଣେ ମହିଳାଙ୍କୁ ଏକ ଭିଡିଓ ଲାଇକ କରି ଜେଲ ଯିବା ଯାଏଁ ଖବର ଆସିଛି । ମହିଳା ଜଣଙ୍କୁ ତାଙ୍କର ଝିଅର ଟିକଟକ୍ ଭିଡିଓ ଲାଇକ କରିବା ତାଙ୍କ ପାଇଁ ସମସ୍ୟା ଆଣିଦେଇଛି । ଏଥି ପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିବ । ତାଙ୍କୁ ଏବେ ୧୧ ମାସରୁ ପ୍ରାୟ ୨୩ ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିପାରେ ।

ମିଡିଆ ରିପୋର୍ଟ ମୁତାବକ ଏହି ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ପ୍ରଥମରୁ ଦୁଇ ଝିଅଙ୍କୁ ଶୋଷଣ କରିବାର ଅଭିଯୋଗ ରହିଛି । ଯେଉଁ କାରଣରୁ ସର୍ତ୍ତ ଥିଲ ଯେ, ସେ କୌଣସି ପ୍ରକାରର ସମ୍ପର୍କ ତାଙ୍କର ଝିଅଙ୍କ ସହ ରଖିବେ ନାହିଁ ।

ଯେଉଁ ମହିଳା ଭିଡିଓ ଲାଇକ୍ କରିଥିଲେ ତାଙ୍କର ନାମ ଟ୍ରିଷ୍ଟା ପ୍ରାଇଜ ଅଟେ । ତାଙ୍କ ଉପରେ ଶିଶୁଙ୍କୁ ଶୌଷଣ କରିବାର ଅଭିଯୋଗ ଲାଗିଛି । ସୂଚନାଯୋଗ୍ୟ, ଏହି କାରଣରୁ ସେ ପିଡ଼ିତାଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିପାରିବେ ନାହିଁ ଏବଂ ସେ ଭିଡିଓ ଲାଇକ୍ କରି ଏହାର ଉଲ୍ଲଘଂନ କରିଛନ୍ତି ।

ଏବିସି ନ୍ୟୁଜ ରିପୋର୍ଟ ମୁତାବକ, ଖବର ମୁତାବକ ଟ୍ରିଷ୍ଟା ପ୍ରାଇଜ ଏବଂ ତାଙ୍କ ସ୍ୱାମୀ ସେଠ ପ୍ରାଇଜଙ୍କୁ ଶିଶୁଙ୍କୁ ଶୋଷଣ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । କାରିକ୍ (ପେନସିଲଭାନିଆ) ରେ ରହୁଥିବା ଏହି ଦମ୍ପତି ଦୁଇ ପିଲାଙ୍କୁ ଗଳା ଦବାଇ ହତ୍ୟା ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏଥିସହିତ ଅଭିଯୋଗ ହୋଇଥିଲା ଯେ ଟ୍ରିଷ୍ଟା ଏହି ଘଟଣାକୁ ଦେଖି ରେକର୍ଡ କରିଛନ୍ତି। ଟ୍ରିଷ୍ଟା ଇନଗ୍ରାମରେ କାମ କରୁଥିଲେ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Get real time updates directly on you device, subscribe now.