fbpx

ବିଜୁଳି ତାରରେ ବସିବା ପରେ ବି ପକ୍ଷୀକୁ ଲାଗିନଥାଏ କରେଣ୍ଟ, ଜାଣନ୍ତୁ କାରଣ

ଦୁନିଆରେ ଏମିତି ଅନେକ ଘଟଣା ରହିଛି ଯାହାକୁ ଆମେ ପ୍ରତିଦିନ ନିଜ ଆଖିରେ ଦେଖିଥାଉ, କିନ୍ତୁ ଏହାର ପ୍ରକୃତ କାରଣ ଜାଣିପାରୁନା । ଯେମିତିକି କରେଣ୍ଟ ତାରରେ ବସିଥିବା ପକ୍ଷୀକୁ ଦେଖିବା, ଆପଣ ଅନେକ ଥର ପକ୍ଷୀଙ୍କୁ ତାର ଉପରେ ବସିଥିବାର ଦେଖିଥିବେ । କିନ୍ତୁ କେବେ ଭାବିଛନ୍ତି କି? ଯେଉଁ କରେଣ୍ଟ ତାରକୁ ଛୁଇଁଲେ ମଣିଷଙ୍କୁ ଝଟକା ଲାଗୁଛି, ସେହି ତାରରେ ଗୋଟିଏ ପକ୍ଷୀ କିପରି ବସିପାରୁଛି?

ଆମେ ପ୍ରତିଦିନ ଏଭଳି ଦୃଶ୍ୟ ଅନେକ ଥର ଦେଖିଥାଉ । କେତେବେଳେ ଗୋଟିଏ ଚଢ଼େଇ ତ’ ପୁଣି କେତେବେଳ ପକ୍ଷୀଙ୍କର ଏକ ସମୂହ କରେଣ୍ଟ ତାର ଉପରେ ବସିଥାନ୍ତି । କିନ୍ତୁ କେବେବି ସେମାନଙ୍କୁ କରେଣ୍ଟ ମାରେନାହିଁ ।

ଏହି ତାରରେ କରେଣ୍ଟ ପ୍ରବାହିତ ହେଉଥାଏ । ଆଉ ଏହି କରେଣ୍ଟ ସମସ୍ତଙ୍କ ଘରକୁ ବି ଯାଇଥାଏ । ଘରେ ଥିବା ଆର୍ଥିଙ୍ଗ ତାର ମାଧ୍ୟମରେ ଏକ ସର୍କିଟ ପୂରା ହେଇଥାଏ ଫଳରେ ଘରେ ବଲ୍ୱ ପଙ୍ଖା ଇତ୍ୟାଦି ଉପକରଣ ଚାଲୁ ହୋଇପାରେ ।

କିନ୍ତୁ ଯେତେବେଳେ କୌଣସି ପକ୍ଷୀ ଓହଳିଥିବା ତାରରେ ବସିଥାଏ ସେତେବେଳେ ତାକୁ କୌଣସି କରେଣ୍ଟ ଲାଗିନଥାଏ କାରଣ ପକ୍ଷୀମାନେ କେବଳ ଗୋଟିଏ ତାରରେ ବସିଥାନ୍ତି ଆଉ କୌଣସି ଗୋଟିଏ ତାରରେ ବସିବା ଯୋଗୁଁ କୌଣସି ସର୍କିଟ ପୂରଣ ହୋଇନଥାଏ ଆଉ ତାକୁ କରେଣ୍ଟ ଲାଗେନାହିଁ । କିନ୍ତୁ ଯଦି ଆର୍ଥିଙ୍ଗ ତାର ସହ ସଂପର୍କରେ ଆସେ ତେବେ ପକ୍ଷୀର ଶରୀରରେ କରେଣ୍ଟ ପ୍ରବାହିତ ହୁଏ ଏବଂ ସେତେବେଳେ କରେଣ୍ଟ ଲାଗିଥାଏ । କାରଣ ସେହି ସମୟରେ ସର୍କିଟ ପୂରଣ ହୋଇଥାଏ ।

Get real time updates directly on you device, subscribe now.