fbpx

ଶେଷ ନିଦ୍ରାରେ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ: ଗାଧୁଆ ଘରେ ଅଜବ ପ୍ରକାର ମୃତ୍ୟୁ

ନୂଆଦିଲ୍ଲୀ: ଆଉ ନାହାନ୍ତି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ ହରମିନ୍ଦର ସିଂହ । ହଠାତ ସ୍ୱାମୀଙ୍କ ମୃତ୍ୟୁ ଜାଣି ଦୁଃଖରେ ଭାଙ୍ଗି ପଡିଛନ୍ତି ନିଲୁ । ତେବେ ଗାଧୁଆ ଘରେ ଗାଧେଇବା ସମୟରେ ଗୋଡ ଖସିଯିବାରୁ ହରମିନ୍ଦର ପ୍ରାଣ ହରାଇଛନ୍ତି । ଡାକ୍ତରଖାନାକୁ ନେଇ ପହଞ୍ଚିବା ମାତ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଠିଠାକ ଥିଲେ ଲୋକପ୍ରିୟ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ ହରମିନ୍ଦର ସିଂହ । ଅପରାହ୍ନରେ ଗୁରୁଦ୍ୱାର ଯାଇ ଫେରିବା ପରେ ସେ ବାଥରୁମକୁ ଯାଇଥିଲେ । ବାଥରୁମରେ ପାଦ ଖସିଯିବାରୁ ତଳେ ପଡିଯାଇଥିଲେ ହରମିନ୍ଦର । ତେବେ ଦୀର୍ଘ ସମୟ ବାଥରୁମରୁ ବାହାରକୁ ନ ବାହାରିବାରୁ ଗୃହ ସହାୟକ ଯାଇ ଚେକ୍ କରିଥିଲେ । ସେ ଦେଖିଥିଲେ ଯେ, ହରମିନ୍ଦର ବାଥରୁମରେ ତଳେ ପଡିଯାଇଛନ୍ତି । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘାଷଣା କରିଛନ୍ତି । ହଠାତ ଏଭଳି ଏକ ଘଟଣା ଘଟିଯିବାରୁ ନିଲୁଙ୍କୁ ଏକ ଶକ୍ତ ଝଟକା ଲାଗିଛି ।

Nilu Kohli Husband Passed Away:एक्ट्रेस नीलू कोहली के पति हरमिंदर सिंह का  हुआ निधन, घर के बाथरूम में मिला शरीर ; Harminder Singh husband of actress Neelu  Kohli,died, body found in the

ବଲିଉଡରେ ଅନେକ ଫିଲ୍ମ ଏବଂ ଦାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ନିଲୁ କୋହଲି । ‘ହାଉସଫୁଲ-୨’, ‘ପଟିଆଲା ହାଉସ’ ଇତ୍ୟାଦି ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଛାପ ଛାଡିଥିବା ବେଳେ ‘ସଙ୍ଗମ’, ‘ଛୋଟୀ ସରଦାରନୀ’, ‘ମେରେ ଅଙ୍ଗନେ ମେଁ’ ଭଳି ଧାରାବାହିକରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ ।

Get real time updates directly on you device, subscribe now.