fbpx

୯ ହଜାର ପଦ ଖାଲି: ଓଡ଼ିଶାର ପିଲାଙ୍କ ପାଇଁ ବଡ଼ ସୁଯୋଗ, ମାଟ୍ରିକ୍ ପାସ କରିଥିଲେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ପାଇଁ ଏକ ବଡ଼ ଖୁସି ଖବର । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ପକ୍ଷରୁ ୯ ହଜାରରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ ପଦରେ ନିଯୁକ୍ତି ଦିଆଯିବ । ଦଶମ ପାସ୍ କରିଥିଲେ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

୨୦୨୩ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ମୋଟ ୯,୨୧୨ଟି ପଦ ଖାଲି ରହିଛି । ମାର୍ଚ୍ଚ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୨୫ ତାରିଖ ମଧ୍ୟରେ ସମାପ୍ତ ହେବ ।

ଜୁନ ମାସ ୨୦ରୁ ୨୫ ତାରିଖ ମଧ୍ୟରେ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ । ଏହାପରେ ଜୁଲାଇ ମାସ ୧ରୁ ୧୩ ତାରିଖ ମଧ୍ୟରେ ସିବିଟି ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଜେନେରାଲ / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀମାନେ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବେ । ଅନ୍ୟପକ୍ଷରେ ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ଇଏସଏମ / ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ଭିମ୍ ୟୁପିଆଇ / ନେଟ ବ୍ୟାଙ୍କିଂ / ଭିସା / ମାଷ୍ଟର କାର୍ଡ / ମାଇଷ୍ଟ୍ରୋ / ରୁପେ କ୍ରେଡିଟ / ଡେବିଟ୍ କାର୍ଡ ଜରିଆରେ ପେମେଣ୍ଟ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 27.03.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://crpf.gov.in/

Get real time updates directly on you device, subscribe now.