fbpx

ଏସିଆନ ପାରା ଗେମ୍ସ; ମହିଳା ଲଙ୍ଗ ଜମ୍ପ ଟି-୪୭ରେ ସ୍ୱର୍ଣ୍ଣ ପଦକ ଜିତିଲେ ନିମିଷା ସୁରେଶ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସୀୟ ପାରା ଗେମ୍ସ ୨୦୨୩ରେ ଚଳିତ ବର୍ଷ ଭାରତ ପାଇଁ ପଦକ ବର୍ଷା କରୁଛନ୍ତି ଭାରତୀୟ ଖେଳାଳି । ମହିଳା ଲଙ୍ଗଜମ୍ପ ଟି-୪୭ ଫାଇନାଲରେ ସ୍ୱର୍ଣ୍ଣ ପଦକ ସହ ଭାରତ ୧୫ତମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନିମିଷା ସୁରେଶ । ସେ ୫.୧୫ ମିଟର ଡେଇଁ ପ୍ରଥମ ସ୍ଥାନରେ ରହିଥିଲେ। କିର୍ତ୍ତି ଚୌହାନ ୪.୪୨ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ଜମ୍ପ ସହ ସେହି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ।
ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ଭାରତ ପୁରୁଷ ଜାଭେଲିନ ଥ୍ରୋ ଏଫ୬୪ ଓ ଏଫ୩୭/୩୮ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏହା ମଧ୍ୟରେ ପୁଣି ଜିତିଛି ଆଉ ୩ଟି ସ୍ୱର୍ଣ୍ଣ । ଅଙ୍କୁର ଧାମା ଓ ରକ୍ଷିତା ରାଜୁ ପୁରୁଷ ଓ ମହିଳା ୧୫୦୦ ମିଟର ଟି୧୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ପୁରୁଷ ଜାଭେଲିନ ଥ୍ରୋ ଏଫ୪୬ ଇଭେଣ୍ଟରେ ସୁନ୍ଦର ସିଂହ ଗୁର୍ଜର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Get real time updates directly on you device, subscribe now.