fbpx

ମନ୍ଦିର କାନ୍ଥ ଭୁଶୁଡ଼ି ୯ ମୃତ, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

ଭୋପାଲ: ମଧ୍ୟପ୍ରଦେଶ ସାଗର ଜିଲ୍ଲା ଶାହାପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହରଦୌଲ ମନ୍ଦିର କାନ୍ଥ ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ବୟସ ୧୦ରୁ ୧୯ ବର୍ଷ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ୪ ଜଣ ଆହତଙ୍କୁ ଉଦ୍ଧାର କରାଯିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.