fbpx

୪ ମାସରେ ନିଖୋଜ ୧୯୦୦ ପିଲା, ଏଥିପାଇଁ ଦାୟୀ କିଏ?

Advertisement

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗତ ୪ମାସରେ ନିଖୋଜ ହୋଇଛନ୍ତି ୧୮୭୯ ପିଲା । ଦିଲ୍ଲୀ ପୋଲିସର ତଥ୍ୟ ଅନୁସାରେ ନିଖୋଜ ହୋଇଥିବା ଅଧିକାଂଶ ପିଲା ୧୨ ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏହି ବୟସର ପିଲା ମାନଙ୍କ ସଂଖ୍ୟା ପାଖାପାଖି ୧୫୮୩ ଥିଲା । ତେବେ ଦିଲ୍ଲୀ ପୋଲିସ ୧୧୭୮ ପିଲାଙ୍କୁ ହିଁ ଉଦ୍ଧାର କରିବାରେ ସଫଳ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

୧୨-୧୮ ବର୍ଷ ବୟସର ନିଖୋଜ ହୋଇଥିବା ପିଲା ମାନଙ୍କର ସଂଖ୍ୟା ଗତ ବର୍ଷ ଠାରୁ ଚଳିତ ବର୍ଷ ୨ ପ୍ରତିଶତ ଅଧିକ ଥିବା ଜଣା ପଡ଼ିଛି । ସେହିପରି ୦-୮ ବର୍ଷ ବୟସର ୧୩୮ ପିଲା ନିଖୋଜ ହୋଇଥିବା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହା ୧୦ ପ୍ରତିଶତ କମ ଅଛି । ଗତ ୪ ମାସ ମଧ୍ୟରେ ୮-୧୧ ବର୍ଷ ବୟସର ୧୫୮ ପିଲା ନିଖୋଜ ହୋଇଛନ୍ତି । ସେହିଭଳି ଅନ୍ୟ ବୟସର ୯୮୦, ୯୨ ଏବଂ ୧୦୬ ପିଲାଙ୍କୁ ଦିଲ୍ଲୀ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି ।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ସଫ୍ଟୱେର ‘ଜିପନେଟ’ ନିଖୋଜ ପିଲା ମାନଙ୍କୁ ଖୋଜିବାରେ ସାହଯ୍ୟ କରିଥାଏ । ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ ପୋଲିସ ଅନ୍ୟରାଜ୍ୟକୁ ଯିବା ସହ ଆଶ୍ରୟ ଗୃହର ମଧ୍ୟ ଯାଞ୍ଚ କରିଥାଏ । ଏହି ମାମଲାରେ ଅଧିକାଂଶ ପିଲା ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ପରିବାରରୁ ବୋଲି ସୂଚନା ମିଳିଥିବା ବେଳେ ପିଲା ମାନେ ଘରୁ ବାହାରକୁ ଯିବାର ଏକ ମୁଖ୍ୟ କାରଣ ହେଉଛି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରତି ସେମାନଙ୍କର ଆକର୍ଷଣ ।

 

Get real time updates directly on you device, subscribe now.