ଦର ବୃଦ୍ଧି ଓ ଶ୍ରମିକଙ୍କ ପ୍ରସଙ୍ଗରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଚିନ୍ତା

0 157

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରେନା ଭାଇରସ୍ । କରୋନା ମୁକାବିଲା ନେଇ ହୋଇଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭିିଡ଼ିଓ କନଫରେନ୍ସିଂ ଯୋଗେ ବୈଠକ ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଜେନା, ଟୁକୁନି ସାହୁ, ସୁଦାମ ମାରାଣ୍ଡି ଥିଲେ । ଅର୍ଥ ଓ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଡ଼ିଜିପି ମଧ୍ୟ ସେଥିରେ ସାମିଲ ହୋଇଥିଲେ । ସେହି ବୈଠକରେ ସ୍ୱାସ୍ଥ୍ୟ ସାମଗ୍ରୀ, ଦର ବୃଦ୍ଧି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହାସହ ବାହାରେ ଫସିଥିବା ଶ୍ରମିକଙ୍କ ସମେତ ୬ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.