fbpx

ନର୍ଭୟା ମାମଲା, ପୁଣି ଘୁଞ୍ଚିପାରେ ଫାଶୀ ତାରିଖ!

ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ୪ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ଚାଲିଛି । ଫେବ୍ରୁଆରି ୧ରେ ୪ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଫେବ୍ରୁଆରି ୧ତାରିଖ ଦିନ ଫାଶି ଦିଆଯାଇନପାରେ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଏବେ ସୁଦ୍ଧା କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି ୩ ଦୋଷୀ । ଆଜି କେବଳ ୪ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହାସହ ଏବେ ସୁଦ୍ଧା ରାଜକ୍ଷମା ଆବେଦନ କରିନି ବିନୟ । ସମସ୍ତ ବାଟ ବନ୍ଦ ହେବା ପରେ ଯାଇ ଦୋଷୀଙ୍କୁ ଫାଶୀ ମିଳିବ ।

Get real time updates directly on you device, subscribe now.