fbpx

୩୧ ଜାନୁଆରୀ ପରେ ବନ୍ଦ ହେବ ଏଟିଏମ କାର୍ଡ

ବିଗତ କିଛି ସମୟ ହେବ ବ୍ୟାକିଙ୍କ ସେକ୍ଟରରେ ଗ୍ରାହକଙ୍କୁ ଲୁଟରୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରାଯାଉଛି । ସେହିପରି ଦୁଇ ବର୍ଷ ପୂର୍ବରୁ କେନ୍ଦ୍ର ଆରବିଆଇ ବ୍ୟାଙ୍କର ଏଟିଏମରେ କିଛିଟା ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ବ୍ୟାଙ୍କଗୁଡିକ ଗ୍ରାହକଙ୍କ ଏଟିଏମରେ ପରିବର୍ତ୍ତନ କରିବା ଆରମ୍ଭ କରିଥିଲେ । କିନ୍ତୁ ଯେଉଁ ଗ୍ରାହକମାନେ ନିଜର ପୁରୁଣା ଏଟିଏମ କାର୍ଡ ବଦଳ କରିନାହାନ୍ତି, ସେମାନଙ୍କ ପାଇଁ ଜାନୁଆରୀ ପରେ ସମସ୍ୟା ବଢିପାରେ ।

ଭାରତୀୟ ଡାକ ପକ୍ଷରୁ ଗ୍ରାହକମାନଙ୍କୁ ଜରୁରି ଆଲର୍ଟ ମଧ୍ୟ କରାଯାଇଛି । ଏଥିରେ ଗ୍ରାହକମାନଙ୍କୁ ନିଜର ମୋବାଇଲ ନମ୍ବର ଅପଡେଟ୍ ଓ ୩୧ ଜାନୁଆରି ପର୍ଯ୍ୟନ୍ତ ପୁରୁଣା ଏଟିଏମ କାର୍ଡକୁ ନୂଆ ଇଏମବି ଚିପ୍ ଆଧାରରେ ବଳଦି କରିବାକୁ କୁହାଯାଇଛି । ୩୧ ଜାନୁଆରୀ ପରେ ପୁରୁଣା ଏଟିଏମ କାର୍ଡ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ।

Get real time updates directly on you device, subscribe now.