fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ, ୧ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ୬ଟାରେ ୪ଦୋଷୀ ଫାଶୀ ପାଇବାର ଥିଲା । କିନ୍ତୁ ଗତକାଲି ପଟିଆଲା ହାଉସକୋର୍ଟ ନିର୍ଭୟା ଗଣଦୁଷ୍କର୍ମରେ ସାମିଲ ଥିବା ଦୋଷୀମାନଙ୍କୁ ଆଜି ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ମଧ୍ୟ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।
ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ପୁଣି ସେହିପରି ଗତ ୨୯ତାରିଖ ଦିନ ରାଜକ୍ଷମା ପାଇଁ ବିନୟ ଆବେଦନ କରିଥିଲା ବିନୟ । ଫେବୃଆରୀ ୧ରେ ଫାଶୀ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା । ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଫାଶି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ ହୋଇଥିଲା ।

Get real time updates directly on you device, subscribe now.