fbpx

ନିର୍ଭୟା ମାମଲା, ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ, ୫ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତତ୍କାଳ ଫାଶି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି । ଷ୍ଟେ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ ହୋଇଥିଲା ।ଡ଼େଥ ୱାରେଣ୍ଟ ସ୍ଥଗିତ ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ତଳକୋର୍ଟଙ୍କ ସ୍ଥଗିତାଦେଶକୁ ଚାଲେଞ୍ଜ କରିଥିଲେ ଉଭୟ ପକ୍ଷ ।

Get real time updates directly on you device, subscribe now.