fbpx

ଶ୍ରୀମନ୍ଦିର ପ୍ରଶାସନକୁ ଜମି ହସ୍ତାନ୍ତର କଲେ ରାଜ୍ୟ ସରକାର

ପୁରୀ,୫ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜମି ଉଚ୍ଛେଦ ପ୍ରସଙ୍ଗରେ ଅଧିଗ୍ରହଣ ହୋଇଥିବା ଜମିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଛେଦ ଜମିର ମାଲିକାନା ଏବେ ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ । ପରିଚାଳନା କମିଟି ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଶ୍ରୀମନ୍ଦିର ସମସ୍ତ ପର୍ବର ଚିଠା ବିଧାନସଭାର ଅନୁମୋଦନ ପାଇଁ ପଠାଯିବ । ଗଜପତିଙ୍କ ଦସ୍ତଖତରେ ଏହି ଚିଠା ପଠାଯିବ ।’ ଏହା ସହ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏବେ ହୁଣ୍ଡି ଟଙ୍କା ସରକାରୀ ବ୍ୟାଙ୍କରେ ରଖାଯିବ ।’

Get real time updates directly on you device, subscribe now.