fbpx

ନିର୍ଭୟା ମାମଲା, କୋର୍ଟ ଗଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ, ୬ା୨: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ କୋର୍ଟ ଯାଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ ଏବଂ ଫାଶୀ ତାରିଖ ଧାର୍ଯ୍ୟ କରିବା ପାଇଁ ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଛନ୍ତି ।
ଗତ ଫେବୃଆରୀ ୧ରେ ନିର୍ଭୟା ମାମଲାରେ ସମ୍ପୃକ୍ତ ୪ଦୋଷୀଙ୍କୁ ଫାଶୀ ହୋଇଥାନ୍ତା । କିନ୍ତୁ ଦୋଷୀ ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଏବଂ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ ।

Get real time updates directly on you device, subscribe now.