fbpx

ନିର୍ଭୟା ମାମଲା, କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୭ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆଜିଥିଲା । କିନ୍ତୁ ଆଜି ପରିବର୍ତ୍ତେ ସୋମବାର ଦିନ ଏହାର ଶୁଣାଣି ହେବ । ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ର ଆବେଦନ କରିଛି ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ଆବେଦନ କରିଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ଜଣେ ଦୋଷୀର ଆବେଦନ ବଢ଼ିଲେ ଅନ୍ୟଙ୍କୁ କାହିଁକି ଫାଶୀ ମିଳିବନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଗତ ୫ ତାରିଖ ଦିନ ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଥିଲେ ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.