fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଆସନ୍ତାକାଲି କେନ୍ଦ୍ର ଆବେଦନର ଶୁଣାଣି

ନୂଆଦିଲ୍ଲୀ, ୧୩ା୨: ନିର୍ଭମା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ର ଆବେଦନ କରିଥିବା ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶେଷ ଶୁଣାଣି ହେବ । ଦିଲ୍ଲୀ ସରକାର ଓ କେନ୍ଦ୍ର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ ଆବେଦନ କରିଛି କେନ୍ଦ୍ର ।ଏହାସହ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ ପାଇଁ ଦୋଷୀଙ୍କୁ ନିର୍ଦ୍ଦେଶ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ଆବେଦନ କରିଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ଜଣେ ଦୋଷୀର ଆବେଦନ ବଢ଼ିଲେ ଅନ୍ୟଙ୍କୁ କାହିଁକି ଫାଶୀ ମିଳିବନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଗତ ୫ ତାରିଖ ଦିନ ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଥିଲେ ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ୟ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.