fbpx

ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩ା୨: ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରାର୍ଥୀ ଘୋଷଣା ହେବାର ୭୨ ଘଣ୍ଟା ଭିତରେ ତଥ୍ୟ ଦେବାକୁ ପଡ଼ିବ ଏବଂ ୱେସାଇଟରେ ଅପରାଧିକ ମାମଲା ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ହୋଇଛି । ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କୁ ଅପରାଧିକ ତଥ୍ୟ ଦେବେ । ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ଚିହ୍ନଟ ନେଇ କାରଣ ଦର୍ଶାଇବେ । ରାଜନୀତିରେ ବଢ଼ୁଥିବା ଅପରାଧକୁ ନେଇ ସୁପ୍ରିମକୋର୍ଟ ଚିନ୍ତାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.