fbpx

ନିର୍ଭୟା ମାମଲା, ପୁଣିଥରେ ଅକ୍ଷୟର ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ, ୨୯ା୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସେହିପରି ଗତକାଲି ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଛି ।
ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଗତ ୧୭ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ସୂଚନା ରହିଛି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଦୋଷୀମାନେ ଫାଶୀ ଆଳରୁ ବଞ୍ଚିବା ପାଇଁ ନୂଆ ନୂଆ ଚାଲ ଖେଳିବାରେ ଲାଗି ପଡ଼ିଛନ୍ତି ।

Get real time updates directly on you device, subscribe now.